Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସୁଦ୍‌ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷଣା ଘଟଣା : ଚୀନ ବିରୋଧରେ ଏକାଠି ହେଲେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌
ଆଜିର ଖବର

ମାସୁଦ୍‌ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷଣା ଘଟଣା : ଚୀନ ବିରୋଧରେ ଏକାଠି ହେଲେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌

March 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mashood azhar to be world terror
mashood azhar to be world terror

ଜୈସ ଏ ମୁଜାହିଦ୍ଦିନି(ଜେଇଏମ୍‌) ର ମୁଖ୍ୟ ମାସୁଦ୍‌ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ବିପକ୍ଷରେ ଆମେରିକା ପଦକ୍ଷେପ ଗ୍ରହଣ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ନେଇ ଏକାଠି ହୋଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ। ଦୁଇ ସପ୍ତାହ ତଳେ ଚାଇନା ଏହାକୁ ବିରୋଧ କରିବା ପରେ ଶେଷରେ ଜାତିସଂଘର ପ୍ରମୁଖ ଦେଶ ଏକାଠି ହୋଇଛନ୍ତି। ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା ହେବା ସହ ବିଦେଶ ଗସ୍ତ, ସମସ୍ତ ସମ୍ପତ୍ତି ଜବତ କରିବା ସାଙ୍ଗକୁ କୂଟନୈତିକ ସ୍ତରରେ ଆଲୋଚନା ବ୍ୟାନ ପାଇଁ ପ୍ରସ୍ତାବ ରହିଛି। ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର। ଚଳିତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମାସୁଦ ଆଝାରର ପ୍ରମୁଖ ଭୂମିକା ଥିବା ପ୍ରମାଣ ମିଳିଛି। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବାବେଳେ କୂଟନୀତି ମାଧ୍ୟମରେ ଆଝାରକୁ ଆତଙ୍କବାଦୀ ଘୋଷଣା ପାଇଁ ଦାବି ହୋଇଛି। ଯାହାକୁ ଆମେରିକା, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି। ଆମେରିକାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମାସୁଦର ବିଦେଶ ଗସ୍ତ ଉପରେ ରୋକ ଲଗାଯିବ, ସମସ୍ତ ସମ୍ପତ୍ତି ଅଚଳ କରାଯିବ ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ନିଆଯିବ ବୋଲି ଜଣାପଡିଛି।

mashoodazhar thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.