Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା
ଆଜିର ଖବର

ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା

December 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍‌ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଆଜି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲେ। ଜମି ହଡ଼ପଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନିତି ଏବଂ ଚୋରାଚାଲାଣ ପଛରେ ତାଙ୍କର ହାତ ରହିଛି। ଏହାର ତଦନ୍ତ କରିବା ସହ ଏହି ଦୁର୍ନୀତିରେ ଜିଲ୍ଲାର ଆହୁରି ବିଧାୟକ, ମନ୍ତ୍ରୀ ଏବଂ ମାଫିଆମାନେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀ ଜେନା।

ପ୍ରଦୀପଙ୍କ ପାଇଁ ଗଂଜାମରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି। ପ୍ରଦୀପ ତାଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ବିରୋଧରେ ୫୪ଟି ମିଛ କେସ୍ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପ୍ରତ୍ୟେକ୍ଷ ଭାବେ ଗଂଜାମ ଜିଲ୍ଲାର ନେତୃବର୍ଗ ତଥା ବିଧାୟକଙ୍କ ନାମ ନେଇନଥିଲେ ମଧ୍ୟ ପ୍ରଦୀପଙ୍କ ଦୁର୍ନୀତିରେ ଆହୁରି ଅନେକ ମନ୍ତ୍ରୀ, ବିଧାୟକ ସାମିଲ ଥିବା ଜୋର୍ ଦେଇ କହିଥିଲେ। ତେଣୁ ନିରପେକ୍ଷ ତଥା ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରଦୀପ ଭଳି ଅନେକ ନେତୃବର୍ଗଙ୍କ ମୁଖା ଖୋଲିଯିବା ସହ ସରକାରଙ୍କ ଦୁର୍ନିତିମୁକ୍ତ ସମାଜର ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ଲୋକେ ବିଶ୍ୱାସ କରିବେ।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳିଲାଣି ଯେ ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଦୁଇ ପ୍ରମୁଖ ବିରୋଧୀ ଦଳ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଜେପି ହେଉ ବା କଂଗ୍ରେସ ନିଜର ପତିଆରା ଦେଖାଇବା ପାଇଁ ଘନ ଘନ ପ୍ରେସ୍‌ମିଟ୍‌, ବିକ୍ଷୋଭ, ଅଭିଯୋଗ ପତ୍ର ପ୍ରଦାନ ଚାଲିଛି। ଫଳରେ ଗଂଜାମ ଜିଲ୍ଲାରେ ଏକପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।

କଂଗ୍ରେସ ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରମେଶ ଜେନା ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.