କେନ୍ଦ୍ର କ୍ୟାବିନେଟ ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପିଏମ-ବାଣୀ ଯୋଜନା ଆରମ୍ଭ ହେବ

Published: Dec 9, 2020, 4:15 pm IST

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ପିଏମ-ବାଣୀ ଯୋଜନା ଲାଗୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ମାଗଣା ୱାଇଫାଇ ବ୍ୟବସ୍ଥା ନେଇ ପିଏମ-ବାଣୀ ଯୋଜନା ଆରମ୍ଭ ହେବ । ପିଏମ-ବାଣୀ ଯୋଜନା ଅଧୀନରେ ଦେଶରେ 1 କୋଟି ଡାଟା ସେଣ୍ଟର ଖୋଲାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗାଁ ଗାଁରେ ୱାଇଫାଇ ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଲାକ୍ଷାଦ୍ୱୀପରେ ଯୋଗାଯୋଗ ବ୍ୟବସ୍ଥା ନେଇ ମଧ୍ୟ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲାକ୍ଷାଦ୍ୱୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ପାଇଁ  1077 କୋଟି ଟଙ୍କା ଖର୍ଚ୍ଚ ହେବ । ଅରୁଣାଚଳ ପ୍ରଦେଶରେ 4-ଜି ସୁବିଧା ଦେବାକୁ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)

Related posts