
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜଣେ ଯୁବକ ବ୍ରହ୍ମପୁର ରେଳଷ୍ଟେସନ ମଧ୍ୟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମୃତ ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ଜୁରା ଗ୍ରାମର ଡ଼ମ୍ବୁରୁ ଭୀମ ସାହୁ (୩୬)।
ଘଟଣାରୁ ପ୍ରକାଶ ଯେ ଡ଼ମ୍ବୁରୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆନ୍ଧ୍ରପ୍ରଦେଶର ଏରଙ୍ଗଲ୍କୁ କାମ କରିବାକୁ ଯିବାକୁ କୋଣାର୍କ ଟ୍ରେନ ଧରିବାକୁ ଆସିଥିଲା। ଷ୍ଟେସନ ମଧ୍ୟରେ ଟ୍ରେନକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଟ୍ରେନ ପହଞ୍ଚିବା ପୂର୍ବରୁ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି।
ରେଲୱେ ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଦୁଃଖଦ ଘଟଣା କ୍ରମେ ଜଣେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି।
Tags: ଆତ୍ମହତ୍ୟା, ବ୍ରହ୍ମପୁର ରେଳଷ୍ଟେସନ