Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତର କୃଷି ବିଲକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ବାଇଡେନ ସରକାର, ଜାରୀ କଲେ ଏକ ବିବୃତି
ଅନ୍ତରାଷ୍ଟ୍ରୀୟ

ଭାରତର କୃଷି ବିଲକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ବାଇଡେନ ସରକାର, ଜାରୀ କଲେ ଏକ ବିବୃତି

February 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର କୃଷି ବିଲକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ବାଇଡେନ ସରକାର, ଜାରୀ କଲେ ଏକ ବିବୃତି

ନୂଆଦିଲ୍ଲୀ, ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ। ଏହା ମଧ୍ୟ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଚାଲିଥିବା ବିରୋଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ।

ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ବାଇଡେନ ପ୍ରଶାସନଙ୍କର ଏହି ବିବୃତି ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକାରୀଙ୍କୁ ଶକ୍ତ ଧକ୍କା ସଦୃଶ ହୋଇଛି।

ଭାରତରେ ଚାଲିଥିବା ବିରୋଧ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆମେରିକା ଭାରତର ପଦକ୍ଷେପକୁ ସ୍ୱାଗତ କରୁଛି। ଏହି କୃଷି ବିଲ୍ ଭାରତୀୟ ବଜାରକୁ ଶକ୍ତ କରିବ। ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ୱାଶିଂଟନ୍ ସ୍ବୀକାର କରିଛି ଯେ ଶାନ୍ତିପୂର୍ଣ୍ଣ ବିରୋଧ ହେଉଛି ଯେ କୌଣସି ସମୃଦ୍ଧ ଗଣତନ୍ତ୍ରର ସଙ୍କେତ। ଯଦି କୌଣସି ମତଭେଦ ସୃଷ୍ଟି ହୁଏ ତେବେ ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ।

ବର୍ତ୍ତମାନ କୃଷି ବିଲ ଉପରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇ ସାରିଛି। ହେଲେ ଉଭୟ ଉଭୟଙ୍କ ଜିଦରେ ରହିବା ଯୋଗୁଁ ତାହାର କୌଣସି ସମାଧାନ ହୋଇପାରୁ ନାହିଁ। ଏପରିକି ଜାନୁୟାରୀ 26 ତାରିଖରେ ଚାଷିଙ୍କ ଏହି ଆନ୍ଦୋଳନ ଏକ ହିଂସାତ୍ମକ ରୂପ ନେଇଥିଲା। ଲାଲକିଲାକୁ ଚାଷୀମାନେ ଘେରିଯାଇ କିଛି ସମୟ ପାଇଁ ନିଜ କବଜାକୁ ନେଇ ଯାଇଥିଲେ। ଏହିପରି ପରିସ୍ଥିତିକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି।

ଚାଷି ଆନ୍ଦୋଳନକୁ ନେଇ ବର୍ତ୍ତମାନ ଦେଶ ରାଜନୀତି ମଧ୍ୟ ବେ ସରଗରମ ହୋଇପଡିଛି। ବିଭିନ୍ନ ବିରୋଧୀ ଦଳ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଚାଷୀଙ୍କୁ ମାଧ୍ୟମ କରି ସେମାନେ ମୋଦୀ ସରକରାଙ୍କୁ ଘେରିବାରେ ଲାଗିଛନ୍ତି। ହେଲେ ସେଥିରେ ସେପରି ସଫଳତା ହାସଲ କରିପାରୁ ନାହାଁନ୍ତି ବିରୋଧୀ। ଗୋଟିଏ ପଟେ ସରକାର ଚାଷୀଙ୍କ ଆଲୋଚନା ବିଫଳ ହେଉଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ଥମିବାର ମଧ୍ୟ ନାଁ ଧରୁ ନାହିଁ।

Farm Bill କୃଷି ବିଲ ଚାଷୀ ଆନ୍ଦୋଳନ ବାଇଡେନ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

Gold Import Bill: $90 ବିଲିୟନ ଛୁଇଁପାରେ ସୁନା ଆମଦାନୀ, ଅର୍ଥନୀତି ଉପରେ ବଢ଼ିବ ଚାପ?

September 21, 2026

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026
Latest News

କଣ୍ଟା ଭିତରେ ଲୁଚିଛି ବ୍ୟବସାୟ! କାକ୍ଟସ୍ ଚାଷରୁ ଆୟର ଅନେକ ରାସ୍ତା

September 21, 2026

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026

Gold Import Bill: $90 ବିଲିୟନ ଛୁଇଁପାରେ ସୁନା ଆମଦାନୀ, ଅର୍ଥନୀତି ଉପରେ ବଢ଼ିବ ଚାପ?

September 21, 2026

ଆପଣ କେଉଁ ପ୍ରକାର ଜୋତା ପିନ୍ଧୁଛନ୍ତି? ଜୋତାର ଶୈଳୀରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ

September 21, 2026

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.