Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣ ଆଶ୍ଚର୍ଯ୍ୟ ହେବେ ଗାଈ ଗୋବରରୁ ଜଣେ ମାସିକ ଏକ ଲକ୍ଷ ଟଙ୍କା ଲାଭ ପାଉଛି, ଜାଣନ୍ତୁ କେମିତି
ଜାତୀୟ ଖବର

ଆପଣ ଆଶ୍ଚର୍ଯ୍ୟ ହେବେ ଗାଈ ଗୋବରରୁ ଜଣେ ମାସିକ ଏକ ଲକ୍ଷ ଟଙ୍କା ଲାଭ ପାଉଛି, ଜାଣନ୍ତୁ କେମିତି

February 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଆଶ୍ଚର୍ଯ୍ୟ ହେବେ ଗାଈ ଗୋବରରୁ ଜଣେ ମାସିକ ଏକ ଲକ୍ଷ ଟଙ୍କା ଲାଭ ପାଉଛି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗାଈ କମିଶନ କହିଛନ୍ତି ଯେ, ଯଦି କେହି ଭଲ ଉଦ୍ୟମ କରିବ ତେବେ ସେ ଗାଈ ଗୋବରରୁ ବିପୁଳ ଆୟ କରିପାରିବ। ଏହାକୁ ନେଇ ଏକ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ। ଏହା ମାଧ୍ୟମରେ ଭଲ ଅର୍ଥ ରୋଜଗାର କରିବାର ମଧ୍ୟ ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଯଦି ଆପଣ ଦେଶରେ ତୈଳ ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ଯଦି ଆପଣ ପରିବେଷ ପ୍ରଦୂଷଣ ନେଇ ଚିନ୍ତିତ ଅଛନ୍ତି, ତେବେ ଗାଈ ଗୋବର ହିଁ ଏକମାତ୍ର ବିକଳ୍ପ ଯାହା ଏସବୁ ଦୂର କରିପାରିବ।

ଆପଣମାନେ ବିଶ୍ବାସ କରିପାରିବେ ନାହିଁ ଯେ, ବର୍ତ୍ତମାନ ଗାଈ ଗୋବରରୁ କଂପ୍ରେସଡ ପ୍ରାକୃତିକ ଗ୍ୟାସ (Compressed Natural Gas) ବା CNG ଉତ୍ପନ କରାଯାଇପାରୁଛି। ପୂର୍ବରୁ ଗୋବର ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଥିଲା। ହେଲେ ତାହା ବର୍ତ୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ଏହି CNG ଉତ୍ପନ କରାଯାଇପାରୁଛି। ତେବେ ଆଶ୍ଚର୍ଯ୍ୟର କଥା ଏହି ଗୋବର CNG ଦର CNG ଠାରୁ ଢେର ପରିମାଣର ଶସ୍ତା। ଏଥିସହିତ ଏହା ଦେଶୀ CNG ଭାବରେ ମଧ୍ୟ ପରିଚିତ ହେବ।

ତେବେ ଏହାକୁ ବଣ୍ଟନ କରିବା ନେଇ ଯେଉଁ ଅସୁବିଧା ରହିଛି ତାହା ମଧ୍ୟ ଖୁବ ଶିଘ୍ର ସମାପ୍ତ ହେବାକୁ ଯାଉଛି। କାରଣ ଗୋ କମିଶନ ଏବଂ ଜାତୀୟ କାମଧେନୁ ଆୟୋଗ ମିଳିତ ଭାବେ ଏହା ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେଉଁମାନେ ଗୋବର CNG ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସେହି ଅଞ୍ଚଳରେ ଏହି ଦୁଇ ସଂସ୍ଥା ମିଳିତ ଭାବେ ପାଇପ ଯୋଗାଣ କରିବେ। ଅର୍ଥାତ ସ୍ଥାନୀୟ ଘରୋଇ ବ୍ୟବହାର ପାଇଁ ଏହି ସଂସ୍ଥା ତରଫରୁ ଘରକୁ ପାଇପ ଯୋଗେ ଗ୍ୟାସ ଯୋଗାଇ ଦିଆଯିବ। ଫଳରେ ଜଣେ ଏହାକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରି ତାହାର ଉତ୍ପାଦନ କ୍ଷମତା ଭିତରେ ନିକଟସ୍ଥ ଘରୋଇ ଗ୍ୟାସ ଯୋଗାଇ ପାରିବ। ଘରୋଇ ସିଲଣ୍ଡର ପିଛା ବର୍ତ୍ତମାନ ପ୍ରାୟ 7 ଶହ ଟଙ୍କା ପଡୁଥିବା ବେଳେ ଏହି ଗ୍ୟାସ ମାତ୍ର 3 ଶହରୁ 4 ଶହ ଭିତରେ ବିକ୍ରି କରିପାରିବ।

ସେହିପରି ଜାତୀୟ କାମଧେନୁ ଆୟୋଗ ମଧ୍ୟ Cow Entrepreneurship ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଯେଉଁମାନେ ଗାଈ ସଂପର୍କିତ ବିଭିନ୍ନ ଉତ୍ପାଦନ କରିବେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିରେ ଦୁଗ୍ଧ ଉତ୍ପାଦନ, ଗୋବର CNG ପ୍ଲାଣ୍ଟ ପ୍ରତିଷ୍ଠା, ଗୋମୁତ୍ର ଯୋଗାଣ, ଖତ ଉତ୍ପାଦନ ପରି ବହୁମୁଖୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଜଣେ ଗାଈ ପାଳନ କରି ଏହି ବହୁମୁଖୀ ଯୋଜନା କରି ଘରେ ବସି ବେଶ ରୋଜଗାର କରିପାରିବ। ଏଥିପାଇଁ ଏହି ଦୁଇ ସଂସ୍ଥା ମିଳିତ ଭାବେ ଏହି ଜିନିଷ ବିକ୍ରି କରିବା ପାଇଁ ମଧ୍ୟ ସମସ୍ତ ସହଯୋଗ କରିବ। ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରାଯାଉଛି।

ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ଏହି ଯୋଜନା ନିଜସ୍ବ ସମ୍ବଳରେ ଆରମ୍ଭ କରିଛନ୍ତି। ଯାହାର ନାମ ରଖାଯାଇଛି ଗୋ ସଂରକ୍ଷଣ ଯୋଜନା। ଏହି ଯୋଜନାରେ ବର୍ତ୍ତମାନ ଗ୍ରାମାଞ୍ଚଳରେ ପ୍ରାୟ 4ଶହ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଏଥିରେ ଉତ୍ତର ପ୍ରଦେଶ ସରକାର ସମସ୍ତ ବୈଷୟିକ ସହାୟତା ସହିତ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ଯେଉଁମାନେ ଆଗ୍ରହୀ ହେଉଛନ୍ତି ସେମାନେ ମାତ୍ର 75 ହଜାର ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟୟ କରିବାକୁ ପଡୁଛି। ଏହାପରେ ଗୋ ସଂରକ୍ଷଣ ଯୋଜନାରେ ତାଙ୍କୁ ଆର୍ଥିକ ସହାୟତା ସହିତ ବୈଷୟିକ ସହାୟତା ଏବଂ ବଜାର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଫଳରେ ଜଣେଜଣେ ଗୋଟିଏ ପ୍ରକଳ୍ପରୁ ମାସିକ ପ୍ରାୟ 1 ଲକ୍ଷ ଟଙ୍କା ଲାଭ ପାଉଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026
Latest News

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.