Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଖସିଲା ସୁନା ଦର, ଗତ ଆଠମାସ ମଧ୍ୟରେ ଏତେ ତଳକୁ କେବେ ଖସି ନ ଥିଲା
ଜାତୀୟ ଖବର

ପୁଣି ଖସିଲା ସୁନା ଦର, ଗତ ଆଠମାସ ମଧ୍ୟରେ ଏତେ ତଳକୁ କେବେ ଖସି ନ ଥିଲା

February 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଖସିଲା ସୁନା ଦର, ଗତ ଆଠମାସ ମଧ୍ୟରେ ଏତେ ତଳକୁ କେବେ ଖସି ନ ଥିଲା

ଭୁବନେଶ୍ବର, ଆଜି ସୁନା ଦର ହ୍ରାସ ପାଇଛି। ଗୋଟିଏ ପଟେ ଦିନକୁ ଦନ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଆଜି ସୁନା ଦର ଯେତିକି ହୋଇଛି ଆପଣ ଆଶ୍ଚର୍ଯ୍ୟ ହେବେ ଗତ 8 ମାସ ମଧ୍ୟରେ ଏତେ ତଳକୁ ଖସି ନ ଥିଲା। ଆଜି ଭୁବନେଶ୍ବରରେ 24 କ୍ୟାରେଟ ସୁନା ଦର ଦଶ ଗ୍ରାମକୁ ରହିଛି 47 ହଜାର 180 ଟଙ୍କା। ଗତକାଲି ଏହାର ଦର 47 ହଜାର 350 ଟଙ୍କା ଥିଲା। ସେହିପରି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ଦର ରହିଛି 43 ହଜାର 250 ଟଙ୍କା। ଗତକାଲି ଏହା 43 ହଜାର 400 ଟଙ୍କା ରହିଥିଲା।

ବର୍ତ୍ତମାନ ସାରା ବିଶ୍ବରେ ସୁନା ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଗତ ଦଶ ଭିତରେ ଯଦି ସୁନା ଦର ବିଶ୍ଲେଷଣ କରାଯାଏ ତେବେ ଫେବୃୟାରୀ 23 ତାରିଖରେ ସର୍ବାଧୀକ ଥିଲା। ସେଦିନ 22 କ୍ୟାରେଟ ସୁନା ଦର 43 ହଜାର 850 ଟଙ୍କା ଥିଲା। ସର୍ବନିମ୍ନ ଦର ଫେବୃୟାରୀ 19 ତାରିଖରେ ଥିଲା। ସେଦିନ ସୁନା ଦର 10 ଗ୍ରାମ ପିଛା ଥିଲା ମାତ୍ର 43 ହଜାର ଟଙ୍କା।

ଯଦି ଅଗଷ୍ଟ ମାସ ସହିତ ସୁନା ଦରକୁ ତୁଳନା କରାଯାଏ ତେବେ ଏହି ଦର ଆକାଶ ଛୁଆଁ ରହିଥିଲା। ସେତେବେଳେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପ୍ରତି 56 ହଜାର 200 ଟଙ୍କା ଥିଲା। ଏହା ଥିଲା ସର୍ବାଧିକ ଦର। ତାହାକୁ ନଜରରେ ରଖି ଯଦି ଆଜିର ଦରକୁ ହିସାବ କରାଯାଏ ତେବେ ଏହା ପ୍ରାୟ 10 ହଜାର ତଳକୁ ଖସି ଆସିଛି। ଅର୍ଥାତ ପ୍ରାୟ 18 ପ୍ରତିଶତ ଦର ହ୍ରାସ ପାଇଛି।

ଅନ୍ୟ ପକ୍ଷରେ ଆଜି ରୂପା ଦର ମଧ୍ୟ କେଜି ପ୍ରତି 1400 ଟଙ୍କା ହ୍ରାସ ପାଇଛି। ଆଜି ରୂପା ଦର କିଲୋ ପିଛା 68 ହଜାର 800 ଟଙ୍କା ରହିଛି। ଗତକାଲି ଏହାର ମୂଲ୍ୟ 70 ହଜାର 200 ଟଙ୍କା ଥିଲା। ଆଜି ମଧ୍ୟରେ ଏହାର ମୂଲ୍ୟ ବହୁ ପରିମାଣରେ ଖସି ଆସିଛି। ହେଲେ ଭୁବନେଶ୍ବରରେ ଏହି ରୂପାର କେଜି ପ୍ରତି ମୂଲ୍ୟ ରହିଛି 74 ହଜାର ଟଙ୍କା। ଗତକାଲି ଭୁବନେଶ୍ବରରେ ରୂପା ଦର କିଲୋ ପିଛା 75 ହଜାର ଥିଲା।

ତେବେ ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଦର ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ଯେଉଁମାନେ ଏହି ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ବେଶି ତଳକୁ ଖସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ବର୍ତ୍ତମାନ ଏହା ଉପରେ ନିବେଶ କରିବାର ପ୍ରକୃଷ୍ଠ ସମୟ ବୋଲି କୁହାଯାଉଛି।

Gold Rate ସୁନା ଦର ହ୍ରାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026
Latest News

ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ

August 31, 2026

ଅପହୃତ ୭ ବର୍ଷର ନାବାଳିକା ସୁରକ୍ଷିତ ଉଦ୍ଧାର: ଜଣେ ଅଟକ

August 31, 2026

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.