Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ନିର୍ବାଚନ ପ୍ରଚାର ପାଇଁ ଗୁଗୁଲ୍‌ ବିଜ୍ଞାପନରେ ଖର୍ଚ୍ଚ କଲେ 3 କୋଟି 67 ଲକ୍ଷ ଟଙ୍କା; ଏଥିରେ ବିଜେପି ପ୍ରଥମ ଥିବା ବେଳେ ଷଷ୍ଠ ସ୍ଥାନରେ ଅଛି କଂଗ୍ରେସ
ବ୍ୟବସାୟ

ନିର୍ବାଚନ ପ୍ରଚାର ପାଇଁ ଗୁଗୁଲ୍‌ ବିଜ୍ଞାପନରେ ଖର୍ଚ୍ଚ କଲେ 3 କୋଟି 67 ଲକ୍ଷ ଟଙ୍କା; ଏଥିରେ ବିଜେପି ପ୍ରଥମ ଥିବା ବେଳେ ଷଷ୍ଠ ସ୍ଥାନରେ ଅଛି କଂଗ୍ରେସ

April 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
bjp top in google advertisement
bjp top in google advertisement

ସମୀକ୍ଷା ବ୍ୟୁରୋ

ଏଥର ନିର୍ବାଚନରେ ଗୁଗୁଲ୍‌ ବିଜ୍ଞାପନ ଏକ ନୂଆ ପ୍ରଚାର ମାଧ୍ୟମ ସାଜିଛି। ଏଥିରେ ନିର୍ବାଚନ ପ୍ରଚାର କରିବା ପାଇଁ ଜାତୀୟଠାରୁ ଆରମ୍ଭ କରି ଆଞ୍ଚଳିକ ଦଳଗୁଡିକ ଆଗ୍ରହ ପ୍ରକାଶ କରିଛନ୍ତି। ‘ଭାରତୀୟ ପାରଦର୍ଶିତା ରିପୋର୍ଟ’ର  ସର୍ଭେ ଅନୁସାରେ ୨୦୧୯ ମସିହା ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଏବଂ ସହଯୋଗୀ ଦଳଗୁଡିକ ଗୁଗଲ ବିଜ୍ଞାପନ ବାବଦକୁ ୩ କୋଟି ୭୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ବିଜ୍ଞାପନ ଖର୍ଚ୍ଚ କରିବାରେ ସବୁ ରାଜନୈତିକ ଦଳକୁ ପଛରେ ପକାଇଛି ବିଜେପି। ଭାରତୀୟ ଜନତା ପାର୍ଟି ବିଜ୍ଞାପନ ପାଇଁ ୧କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଯାହା ଗୁଗଲର ମୋଟ ବିଜ୍ଞାପନ ଖର୍ଚ୍ଚର ପ୍ରାୟ ୩୨ ପ୍ରତିଶତ। ସେହିପରି ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବଧୀନ ୱାଇଏସଆର କଂଗ୍ରେସ ଦଳ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଗୁଗୁଲ ବିଜ୍ଞାପନ ପାଇଁ ଏହି ଦଳ ମୋଟ ୧.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି। ୱାଇଏସଆର କଂଗ୍ରେସ ଦଳର ପ୍ରଚାରକ ପମ୍ମୀ ସାଈ ଚରଣ ରେଡ୍ଡୀ ପ୍ରାର୍ଥୀଙ୍କ ପାଇଁ ୨୬ ହଜାର ୪୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଏହାର ମୁଖ୍ୟ ଚନ୍ଦ୍ର ବାବୁ ନାୟଡୁଙ୍କ ପ୍ରଚାର କରୁଥିବା ‘ପ୍ରମାଣ୍ୟ ଷ୍ଟ୍ରେଟେଜି କନ୍ସଲେଟିଙ୍ଗ ପ୍ରାଇଭେଟ ଲିମିଟେଡ୍’ ଗୁଗଲ ବିଜ୍ଞାପନ ପାଇଁ ୮୫.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଗୁଗଲ ବିଜ୍ଞାପନ ତାଲିକାରେ ଏହି ପ୍ରଚାର କମ୍ପାନୀ ତୃତୀୟ ସ୍ଥାନରେ ରହିଛି। ସେହିପରି ଚନ୍ଦ୍ର ବାବୁ ନାୟଡୁଙ୍କ ପାଇଁ ପ୍ରଚାର କରୁଥିବା ଅନ୍ୟ ଏକ କମ୍ପାନୀ ‘ଡିଜିଟାଲ କନ୍ସଲେଟିଙ୍ଗ ପ୍ରାଇଭେଟ ଲିମିଟେଡ୍’ ଗୁଗଲ ବିଜ୍ଞାପନ ପାଇଁ ୬୩.୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ତାଲିକାର ଚତୁର୍ଥ ନମ୍ବରରେ ରହିଛି। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି। କଂଗ୍ରେସ ଗୁଗୁଲ ବିଜ୍ଞାପନ ପାଇଁ ୫୪ ହଜାର ୧୦୦ ଟଙ୍କା ଖର୍ଚ୍ଚ କରିଛି।

ଗୁଗୁଲ ବିଜ୍ଞାପନ ହେଉଛି ଏପରି ଏକ ପ୍ରଚାର ମାଧ୍ୟମ ଯେଉଁଥିରେ ଜଣେ ନିର୍ଦ୍ଧିଷ୍ଠ ସ୍ଥାନର ବିଭିନ୍ନ ଡିଜିଟାଲ ଏବଂ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇପାରିବ। ସାଧାରଣତଃ ଖବର କାଗଜ କିମ୍ବା ଟେଲିଭିଜନରେ ବିଜ୍ଞାପନ ଦେଲେ ତାହା ଚାରିଆଡେ ପ୍ରଚାର ହୋଇଥାଏ। ସେଥିରେ ନିର୍ଦ୍ଦିଷ୍ଠ ଅଞ୍ଚଳ ଏବଂ ନିର୍ଦ୍ଦିଷ୍ଠ ବୟସ ସୀମା ନିର୍ଦ୍ଧାରଣ ହୋଇ ନ ଥାଏ। ହେଲେ ଗୁଗୁଲ ବିଜ୍ଞାପନରେ ସେହି ସୁବିଧା ରହିଛି। ଓଡିଶାର ଜଣେ ପ୍ରାର୍ଥୀ ଚାହିଁବ ଯେ କେବଳ ଭୁବନେଶ୍ବରର ଯେତେ ମୋବାଇ ଗ୍ରାହକ ଅଛନ୍ତି ସେମାନଙ୍କ ପାଖରେ ବିଜ୍ଞାପନ ପହଁଚିବା ଦରକାର। ତାହା ଗୁଗୁଲ ବିଜ୍ଞାପନ ଦ୍ବାରା ସମ୍ଭବ ହୋଇଥାଏ। ତେବେ ଗତ ନିର୍ବାଚନରେ ସୋସିଆଲ ମିଡିଆ ପ୍ରଚାର ହୋଇଥିଲେ ମଧ୍ୟ ଗୁଗୁଲ ବିଜ୍ଞାପନ ଉପରେ କେହି ଧ୍ୟାନ ଦେଇ ନ ଥିଲେ। ହେଲେ ଏଥର ରାଜନୈତିକ ପ୍ରଚାରର ଗୁଗୁଲ ଏକ ନୂଆ ମାଧ୍ୟମ ସାଜିଛି। ପରବର୍ତ୍ତି ସମୟରେ ରାଜନୈତିକ ପ୍ରଚାର ପାଇଁ ଏହି ଗୁଗୁଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

(ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026

NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026
Latest News

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.