Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ
ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

April 27, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ମୁମ୍ବାଇ / ଭୁବନେଶ୍ୱର:  ମୁମ୍ବାଇରେ କୋଭିଡ୍ ସଂକ୍ରମଣରେ ଦେଖାଦେଇଥିବା ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଲାଗି ଏହାର ପରିଚାଳନାରେ ବ୍ୟାପକ ସଂପ୍ରସାରଣ କରାଯାଇଛି ।

ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି:

ଏନ୍‌ଏସ୍‌ସିଆଇରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ୬୫୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥାର ପରିଚାଳନା କରିବ:

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ (ଇନଟେନସିଭ କେୟାର ୟୁନିଟ୍‌) ଶଯ୍ୟା ସୃଷ୍ଟି, କାର‌୍ୟ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର‌୍ୟ୍ୟାୟକ୍ରମେ କାର‌୍ୟ୍ୟକ୍ଷମ ହେବ । ବର୍ତମାନ କାର‌୍ୟ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ । ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ (ଆର୍‌ଏଫ୍‌ଏଚ୍‌) କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର‌୍ୟ୍ୟ ନିର୍ବାହ କରିବ ।

ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ । ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ରୋଗୀଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ଓ ବିଏମସି ତରଫରୁ ଭାରତର ପ୍ରଥମ କୋଭିଡ୍ ହସ୍ପିଟାଲ୍‌କୁ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଉତ୍ସର୍ଗୀକୃତ ୨୨୫ ଶଯ୍ୟା ସହିତ ସ୍ଥାପନ କରାଯାଇଛି । ୨୨୫ଟି ଶଯ୍ୟା ମଧ୍ୟରୁ ୨୦ଟି ଆଇସିୟୁ ଶଯ୍ୟା ସହିତ ୧୦୦ଟି ଶଯ୍ୟାକୁ ସାର ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରୁଛି । ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଅତିରିକ୍ତ ୨୫ ଆଇସିୟୁ ଶଯ୍ୟାର ସମ୍ପ୍ରସାରଣ କରାଯାଇଛି । ଏହି ସମ୍ପ୍ରସାରଣରେ ୪୫ଟି ଆଇସିୟୁ ଶଯ୍ୟା ସମେତ ମୋଟ ୧୨୫ଟି ଶଯ୍ୟା ସୃଷ୍ଟି ହୋଇଛି ଯାହାକୁ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରିବ ।

ସ୍ୱଳ୍ପ, ମଧ୍ୟମ ଏବଂ ଲକ୍ଷଣବିହୀନ ରୋଗୀମାନଙ୍କ ଚିକିତ୍ସା ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ କରିବା ଲାଗି ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ଦି ଟ୍ରାଇଡେଂଟ୍ ହୋଟେଲ୍‌ରେ ୧୦୦ ଶଯ୍ୟା କାର‌୍ୟ୍ୟକ୍ଷମ କରାଯାଉଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ପର‌୍ୟ୍ୟଟନ ଓ ପରିବେଶ ମନ୍ତ୍ରୀ, ବରିଷ୍ଠ ଏମ୍‌ସିଜିଏମ୍ ଅଧିକାରୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଓ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏନ୍‌ଏସ୍‌ସିଆଇ, ସେଭେନ୍ ହିଲସ୍ ହସ୍ପିଟାଲ୍ ଓ ବିକେସିର ଦି ଟ୍ରାଇଡେଂଟ୍‌କୁ ମିଶାଇ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପ୍ରାୟ ୮୭୫ ଶଯ୍ୟା ପରିଚାଳନା କରିବ ଯେଉଁଥିରେ ୧୪୫ ଆଇସିୟୁ ଶଯ୍ୟା ସାମିଲ ରହିଛି । ଯେକୌଣସି ଦାତବ୍ୟ ଅନୁଷ୍ଠାନ ତରଫରୁ ମୁମ୍ବାଇରେ କୋଭିଡ୍ ଚିକିତ୍ସା ଓ ଯତ୍ନ ପାଇଁ ଏହା ହେଉଛି ସର୍ବବୃହତ ଯୋଗଦାନ ।

ବର୍ଦ୍ଧିତ କୋଭିଡ୍ ବ୍ୟବସ୍ଥା ଓ ଭିତିଭୁମି ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି, କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନ ଦେଶ ପାଇଁ ସେବା କ୍ଷେତ୍ରରେ ସର୍ବଦା ଆଗରେ ରହିଛି ଏବଂ ମହାମାରୀ ବିରୋଧରେ ଭାରତର ନିରନ୍ତର ଲଢ଼େଇକୁ ସମର୍ଥନ କରିବା ହେଉଛି ଆମର ଦାୟିତ୍ୱ । ଆମର ଡାକ୍ତର ଓ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀ ତଥା କର୍ମଚାରୀମାନେ ଅକ୍ଳାନ୍ତ କାର‌୍ୟ୍ୟ କରୁଛନ୍ତି ଏବଂ ଚିକିତ୍ସା ଓ ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଶ୍ରେଷ୍ଠ ଡାକ୍ତରୀ ଚିକିତ୍ସା ପଅଦାନ କରି ସେମାନେ ମୂଲ୍ୟବାନ ଜୀବନ ରକ୍ଷା କରିବା ଜାରି ରଖିଛନ୍ତି । ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ସାରା ମୁମ୍ବାଇ ସହରରେ ୮୭୫ ହସ୍ପିଟାଲ୍ ଶଯ୍ୟା ପରିଚାଳନା କରିବ ।’’

“ଆମେ ମଧ୍ୟ ବିନା ମୂଲ୍ୟରେ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ (ଅମ୍ଳଜାନ) ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ଡାମନ ଆଣ୍ଡ୍ ଡିଉ ଓ ନାଗର ହାଭେଲିକୁ ପ୍ରଦାନ କରୁଛୁ । ଏହାକୁ ଆହୁରି ସମ୍ପ୍ରସାରିତ ମଧ୍ୟ କରାଯାଉଛି । ଭାରତ ଓ ମୁମ୍ବାଇ ସହର ପାଇଁ ଏହି କଠିନ ସମୟରେ ଭାରତୀୟ ଭାବେ ଲୋକମାନଙ୍କ ସେବା ଲାଗି ଯାହା ସମ୍ଭବ ତାହା ଦ୍ରୁତ ଗତିରେ କରିବା ଲାଗି ଆମେ ପ୍ରତିବଦ୍ଧ । କରୋନା ହାରିବ, ଭାରତ ଜିତିବ’’ ବୋଲି ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶ୍ୱର ସର୍ବବୃହତ ଭୋଜନ ବିତରଣ କାର‌୍ୟ୍ୟକ୍ରମ ଅନ୍ନ ସେବା ଆରମ୍ଭ କରି ୫.୫ କୋଟି ଭୋଜନ ପ୍ରଦାନ କରାଯାଇଥିଲା । ଏହା ସହିତ କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ମଧ୍ୟରେ ରହିଥିଲା ମୁମ୍ବାଇର ଦେଓନାରର ସ୍ପନ୍ଦନ ହୋଲିଷ୍ଟିକ୍ ମଦର-ଆଣ୍ଡ୍‌-ଚାଇଲଡ୍ କେୟାର ହସ୍ପିଟାଲ୍‌ରେ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ନୂଆ କୋଭିଡ୍ କେୟାର ବ୍ୟବସ୍ଥା ଏବଂ ମୁମ୍ବାଇରେ ବିଏମ୍‌ସି ସହଯୋଗରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ତରଫରୁ ଏଚ୍‌ବିଟି ଟ୍ରମା ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ୧୦-ଶଯ୍ୟା ବିଶିଷ୍ଟ ଡାଏଲିସିସି କେନ୍ଦ୍ର ସ୍ଥାପନ ଇତ୍ୟାଦି ।

Reliance Foundation ରିଲାଏନସ ଜିଓ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ପ୍ରଶିକ୍ଷକଙ୍କୁ ହଟାଇବା ପରେ ଏହି ପାଞ୍ଚ ଖେଳାଳିଙ୍କୁ ମୁକ୍ତ କରିପାରେ CSK: ଦେଖନ୍ତୁ ତାଲିକା

July 13, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନ ଦୋଷୀ ସାବ୍ୟସ୍ତ

July 13, 2026
Latest News

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

July 14, 2026

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.