Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଆ ଚଳଚିତ୍ର ସୀତା ବିବାହକୁ ଆଜି ପୁରିଲା 85 ବର୍ଷ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଜାଣଛନ୍ତି ?
ଜାତୀୟ ଖବର

ଓଡିଆ ଚଳଚିତ୍ର ସୀତା ବିବାହକୁ ଆଜି ପୁରିଲା 85 ବର୍ଷ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଜାଣଛନ୍ତି ?

April 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚିତ୍ର ସୀତା ବିବାହକୁ ଆଜି ପୁରିଲା 85 ବର୍ଷ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଜାଣଛନ୍ତି ?

ଦିଲ୍ଲୀପ ହାଲି

ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ ୧୯୩୬ ମସିହା ଆଜିର ଦିନରେ ପୁରୀର ଳକ୍ଷ୍ମୀ ଟକିଜଠାରେ ମୁକ୍ତିଲାଭ କରିଥିଲା। 12 ରିଲ ବିଶିଷ୍ଠ ଏହି ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ।

ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର ‘ମଣିକାଞ୍ଚନ’ ମଧ୍ୟ ଦର୍ଶକମାନଙ୍କୁ ଦେଖାଯାଉଥିଲା । କଲିକତାରେ କାଳୀ ଫିଲ୍ମସ ପକ୍ଷରୁ ନୂଆ ପ୍ରିଣ୍ଟ୍ ‘ସୀତା ବିବାହ’ର ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ ସରିଲା ପରେ ଟେଣ୍ଟ ମଧ୍ୟରେ ପ୍ରିଣ୍ଟ୍‌ଟି ଥିଲା । ଆକସ୍ମିକ ଅଗ୍ନିକାଣ୍ଡ ଯୋଗ ତାହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଗଲା ।

ସର୍ବ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର କୌଣସି ସନ୍ତକ ଏବେ ସୁରକ୍ଷିତ ନାହିଁ, କାହାନ୍ତି ବି ଅଭିନୟ କରିଥିବା କଳାକାର, କିନ୍ତୁ ଏ ସ୍ମୃତି ଭୁଲିବାର ନୁହେଁ । କାରଣ ଏହି ସିନେମା ହିଁ ଏକ ଆଞ୍ଚଳିକ ସିନେମା ଦୁନିଆର ମାର୍ଗଦର୍ଶକ ଥିଲା ।

ଅଗ୍ରଣୀ ସିନେ ସଂଗଠକ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନକୁ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାତି ଶ୍ରୀଯୁକ୍ତ ବଟରାଜ ଦେବ ଗୋସ୍ୱାମୀ ‘ସୀତା ବିବାହ’ର ସମ୍ପୂର୍ଣ୍ଣ ଚିତ୍ରନାଟ୍ୟ ଓ ଗୀତକୁ ସଂରକ୍ଷିତ ରଖିବା ପାଇଁ ଚୁକ୍ତି କରିଥିଲେ । ଗତବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିତ୍ରନାଟ୍ୟ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ୨୦୧୭, ଏପ୍ରିଲ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ ।

ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨

ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଔପଚାରିକ ସ୍ୱୀକୃତି

August 7, 2026

FCRA ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଆପତ୍ତି: ଭାରତ ଦେଲା କଡ଼ା ଜବାବ

August 7, 2026

ଓଡିଶାର ୨ ବୁଣାକାରଙ୍କ ସମେତ ମୋଟ ୨୨ ବୁଣାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

August 7, 2026
Latest News

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଗ୍ରାହକଙ୍କ ପାଇଁ ମାଗଣା ରହିବ UPI

August 7, 2026

ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ

August 7, 2026

ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

August 7, 2026

ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଔପଚାରିକ ସ୍ୱୀକୃତି

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.