Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି
ବିଶେଷ ଖବର

ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

June 25, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ୍
ଭାରତର 'ଗ୍ରେଟ ପ୍ଲେସ ଟୁ ୱାର୍କ' ତାଲିକାରେ ୧୩ତମ ସ୍ଥାନ ହାସଲ କଲା ରିଲାଏନ୍ସ ରିଟେଲ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ। ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି।

ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ। ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି। ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ। ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି। ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି। ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ “ଗ୍ରାହକ ଆପଣଙ୍କର, ସହାୟତା ଆମର” ବୋଲି ଏହି ଅବସରରେ ସେ କହିଛନ୍ତି।

ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି। ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍‌ରୁ କ୍ରୟ କରୁଥିବା ଦେଖାଯାଇଛି। ମହାମାରୀ ସମୟରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରିଥିବା ଗ୍ରୋସରୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ୟୁନିଟ୍ ବିକ୍ରି ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଦିନକୁ ପାଂଚ ଲକ୍ଷ ୟୁନିଟ୍ ଭାବରେ ସାରା ବର୍ଷରେ ୧୮ କୋଟି ୟୁନିଟ୍ ପୋଷାକ ବିକ୍ରି କରୁଥିବା ଶ୍ରୀ ଅମ୍ବାନି ସୂଚନା ଦେଇଛନ୍ତି। ଏହି ପରିମାଣର ପୋଷାକ ବ୍ରିଟେନ୍‌, ଜର୍ମାନି ଓ ସ୍ପେନ୍‌ର ଜନସଂଖ୍ୟାର ପୋଷାକ ଆବଶ୍ୟକତାକୁ ଏକକାଳୀନ ପୂରଣ କରିବାକୁ ସକ୍ଷମ।

ଫେସନ ପୋର୍ଟାଲ୍ ଆଜିଓରେ ୨୦୦୦ ଲେବେଲ୍ ଓ ବ୍ରାଣ୍ଡ୍ ରହିଛି ଏବଂ ଏହା ଗ୍ରାହକମାନଙ୍କୁ ପସନ୍ଦ କରିବା ପାଇଁ ୫ ଲକ୍ଷରୁ ଅଧିକ ବିକଳ୍ପ ପ୍ରଦାନ କରୁଛି। ଆଜିଓ ସଂପ୍ରତି ରିଲାଏନ୍ସର ପୋଷାକ ବ୍ୟବସାୟକୁ ୨୫% ଅବଦାନ ପ୍ରଦାନ କରୁଛି। ଗତବର୍ଷ ଆମେ ୪.୫ କୋଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଛି । ଅର୍ଥାତ ଦିନକୁ ୧,୨୦,୦୦୦ ୟୁନିଟ୍ ବିକ୍ରି ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ରିଲାଏନ୍ସ ରିଟେଲ୍ ନିକଟରେ ନେଟ୍‌ମେଡସ୍‌, ଅର୍ବାନ୍ ଲାଡର୍ ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ୍ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି।

ନିଯୁକ୍ତି ସୁଯୋଗ ମୁକେଶ ଅମ୍ବାନି ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.