Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା
ଜାତୀୟ ଖବର

ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା

June 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା

ନୂଆଦିଲ୍ଲୀ, ଗତକାଲି କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ସହାୟତାରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। କୋଭିଡ଼ ୧୯ ମହାମାରୀ ଆକ୍ରାନ୍ତ କ୍ଷେତ୍ରକୁ  ନୂତନ ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ପୁଂଜି ଏବଂ ବ୍ୟକ୍ତିଗତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ସେମାନଙ୍କର ଉଧାର, ଋଣ ଇତ୍ୟାଦି ଶୁଝି ପାରିବେ।

କୋଭିଡ଼ ୧୯ ପ୍ରଭାବରୁ ମୁକୁଳି ସେମାନେ ନିଜର ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ୧୦,୭୦୦ଟି କ୍ଷେତ୍ରୀୟ ସ୍ତରୀୟ ସ୍ୱୀକୃତ ପର୍ଯ୍ୟଟନ ଗାଇଡ଼ ଯାହାଙ୍କୁ କି ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାର ସ୍ୱୀକୃତି ପ୍ରଦାନ କରାଯାଇଥିବା ୧,୦୦୦ ଟ୍ରାଭେଲ୍‍ ଏବଂ ପର୍ଯ୍ୟଟନ ହିତଧାରକ (ଟିଟିଏସ)ଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଟିଟିଏସମାନେ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଯଦ୍ୟପି ଟୁରିଷ୍ଟ ଗାଇଡ଼ମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଇପାରିବେ । ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ଲାଗିବନାହିଁ, ଏହାର ଫୋରକ୍ଲୋଜ୍‍ ବା ପ୍ରାକ୍‍- ପେମେଣ୍ଟ ଚାର୍ଜ ଛାଡ଼ କରାଯାଇଛି ଏବଂ ଏଥି ସକାଶେ କୌଣସି ପ୍ରକାର ଅତିରିକ୍ତ କୋଲାଟରାଲର ମଧ୍ୟ ଆବଶ୍ୟକତା ନାହିଁ । ଏନସିଜିଟିସି ମାଧ୍ୟମରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଯୋଜନାର ପ୍ରଶାସନିକ ପରିଚାଳନା କରିବ ।

କରୋନା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.