Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ
ବିଶେଷ ଖବର

କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

July 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷିଭବନଠାରେ ନବଗଠିତ ଯୁଗ୍ମ ସ୍କ୍ୱାଡ୍‌ର ଅଧିକାରୀ ଓ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୋଜନାର ସଫଳ ରୂପାୟନ ନିମନ୍ତେ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରାଯାଇଛି । ତେଣୁ ଯୋଜନାର ଅର୍ଥ ଠିକ୍‌ ସମୟରେ ବ୍ୟୟ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ।

ଏଣିକି ପ୍ରତି ମାସରେ ଯୋଜନାରେ ଆବଣ୍ଟିତ ଅର୍ଥର ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ । ଯୁଗ୍ମ ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାରଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବେ ।

ଜିଲ୍ଲା ଗସ୍ତ ସମୟରେ ସ୍କ୍ୱାଡ୍‌ ଚଳିତ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସମୀକ୍ଷା କରି ବିହନ, ସାର ଆଦି ଯୋଗାଣକୁ ନିଶ୍ଚିତ କରିବେ । ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ତଦାରଖ କରିବେ । ଏଥି ସହିତ ସ୍କ୍ୱାଡ୍‌ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସଫଳ ଉଦ୍ୟୋଗଗୁଡ଼ିକୁ ଲୋକଲୋଚନକୁ ଅଣାଯିବ । ଯେଉଁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ରହୁଛି ତାହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରର ବରିଷ୍ଠ କୃଷି ଅଧିକାରୀମାନଙ୍କର ଜିଲ୍ଲା ତଥା ବ୍ଲକ୍‌ ସ୍ତରର କୃଷି ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ପ୍ରତ୍ୟକ୍ଷ ଅନୁଭବ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ତତ୍ପରତା ଆଣିବା ଓ ତଦାରଖ ନିମନ୍ତେ ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ଟି ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ୩୦ ଜିଲ୍ଲା ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ଡ ଅରୁଣ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Latest News

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.