Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜର୍ମାନିର ନେକ୍ସୱେଫ୍‌ରେ ନିବେଶ ଏବଂ ଡେନ୍‌ମାର୍କର ଷ୍ଟିସ୍‌ଡଲ୍ ସହ ସହଭାଗିତା ଘୋଷଣା କଲା ରିଲାଏନ୍ସ
ଆଜିର ଖବର

ଜର୍ମାନିର ନେକ୍ସୱେଫ୍‌ରେ ନିବେଶ ଏବଂ ଡେନ୍‌ମାର୍କର ଷ୍ଟିସ୍‌ଡଲ୍ ସହ ସହଭାଗିତା ଘୋଷଣା କଲା ରିଲାଏନ୍ସ

October 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବିଷୟରେ ଘୋଷଣା କରାଯାଇଛି। ଜର୍ମାନିର ନେକ୍ସୱେଫ୍‌ରେ ୨.୫ କୋଟି ୟୁରୋ ନିବେଶ କରିବା ବିଷୟରେ ମଙ୍ଗଳବାର ଆର୍‌ଏନ୍‌ଇଏସ୍‌ଏଲ୍ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟ ଏକ ଘୋଷଣା ଭାବେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ବିକାଶ ଓ ନିର୍ମାଣ ଲାଗି ଷ୍ଟିସ୍‌ଡଲ୍ ସହିତ ବୁଝାମଣା କରାଯାଇଛି। ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ଫ୍ରେଡରିକ୍‌ସେନ୍‌ଙ୍କ ଭାରତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍‌ସେନ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଭାରତୀୟ ବଜାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେକ୍ସୱେଫ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରାଯାଇଛି ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି। ଆରଏସ୍‌ଇଏନ୍‌ଏଲ୍ ପକ୍ଷରୁ କୁହାଯାଇଛି ଯେ କଂପାନି ନେକ୍ସୱେଫ୍‌ର ୮୬,୮୮୭ ସିରିଜ୍‌-ସି ପ୍ରିଫର୍ଡ ସେୟାରକୁ ସେୟାର ପିଛା ୨୮୭.୭୩ ୟୁରୋରେ କିଣିବ। ଏହା ବ୍ୟତୀତ ଆରଏନଇଏସ୍‌ଏଲ୍‌କୁ ୧ ୟୁରୋ ହିସାବରେ ୩୬,୨୦୧ ୱାରେଂଟ୍ ମଧ୍ୟ ଜାରି କରାଯିବ।

ସେମିକଣ୍ଡକ୍ଟରରେ ବ୍ୟବହାର ହେଉଥିବା ମୋନୋକିଷ୍ଟାଲାଇନ୍ ସିଲିକନ୍ ୱେଫର୍ସକୁ ନେ୍‌କ୍ସୱେଫ୍ ନିର୍ମାଣ କରୁଛି। ସେମିକଣ୍ଡକ୍ଟରକୁ ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହାର କରାଯାଉଛି। ଷ୍ଟକ୍ ଏକ୍ସଚେଂଜକୁ  ଦେଇଥିବା ସୂଚନାରେ ରିଲାଏନ୍ସ ଜଣାଇଛି ଯେ ନେକ୍ସୱେଫ୍ ଯେଉଁ ମୋନୋକ୍ରିଷ୍ଟାଲାଇନ୍ ସିଲିକନ୍ ୱେଫର୍ସର ବିକାଶ ଓ ଉତ୍ପାଦନ କରୁଛି, ସେଥିରେ ବ୍ୟବହାର ହେଉଥିବା କଂଚାମାଲ ବହୁତ ସୁଲଭ ମୂଲ୍ୟର ଏବଂ କଂପାନିର ପ୍ରଯୁକ୍ତି ଜ୍ଞାନକୌଶଳ ଉତ୍ପାଦନର ଅନେକ ମହଙ୍ଗା ପ୍ରକ୍ରିୟାକୁ ସମାପ୍ତ କରିଛି। ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଜରିଆରେ ରିଲାଏନ୍ସ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ ପହଂଚିପାରିଛି।

ଏହି ବୁଝାମଣା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମେ ସର୍ବଦା ଔଦ୍ୟୋଗିକ କ୍ଷେତ୍ରରେ ଆଗରେ ରହିବାରେ ବିଶ୍ୱାସ କରୁ। ନେକ୍ସ୍‌ୱେଫ୍ ସହିତ ଆମର ଏହି ସହଯୋଗିତା ଆମେ ଭାରତୀୟ ଅର୍ଥନୀତି ଲାଗି ସୁଲଭ ମୂଲ୍ୟର ସବୁଜ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବା ଲାଗି ଆରମ୍ଭ କରିବାକୁ ଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମିସନର ପରିଚାୟକ। ଫୋଟୋଭୋଲ୍‌ଟାଇକ୍ ନିର୍ମାଣରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉପସ୍ଥାପନ କରିବା ଦିଗରେ ଆମର ନେକ୍ସୱେଫ୍‌ରେ ନିବେଶ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ବିଶ୍ୱାସ ରହିଛି ଯେ ନେକ୍ସୱେଫ୍‌ର ଅଭିନବ ଅତି ପତଳା ୱେଫର, ସୋଲାର ପ୍ୟାନେଲ୍ ନିର୍ମାଣକାରୀ ଓ ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବ। ରିଲାଏନ୍ସ ପାଇଁ ସୌର ଓ ଅନ୍ୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ ପୃଥିବୀକୁ ବଂଚାଇବା ଓ ଏହାକୁ ଜଳବାୟୁ ସଙ୍କଟରୁ ଉଦ୍ଧାର କରିବା ଲାଗି ସାରା ବିଶ୍ୱରେ ଚାଲିଥିବା ମିସନ ପ୍ରତି ଆମର ଏକ ଯୋଗଦାନ।’’

ଷ୍ଟିସ୍‌ଡଲ୍ ହେଉଛି ଡେନ୍‌ମାର୍କର ଏକ କଂପାନି ଯାହା ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ଔଦ୍ୟୋଗିକ ବିକାଶ ଦିଗରେ କାର୍ଯ୍ୟ କରୁଛି। ଗୁଜରାଟର ଜାମନଗରରେ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସ ଉତ୍ପାଦନ କରିବା ଲାଗି ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ବିଷୟରେ ପୂର୍ବରୁ ମୁକେଶ ଅମ୍ବାନି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁସାରେ ଆରଏନ୍‌ଇଏସ୍‌ଏଲ୍ ଓ ଷ୍ଟିସ୍‌ଡଲ୍ ମିଳିତ ଭାବେ ନିଜ ପ୍ରଯୁକ୍ତିକୁ ବ୍ୟବହାର କରି ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ଔଦ୍ୟୋଗିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବେ। ଏହା ସହିତ ଏହାର ନିର୍ମାଣ ସୁବିଧା ସ୍ଥାପନ କରିବାରେ ସହଯୋଗ କରିବେ। ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଆର୍‌ଆଇଏଲ୍ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୦ ତାରିଖରେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ନରୱେ୍‌ର କଂପାନି ଆରଇସି ସୋଲାର ହୋଲ୍‌ଡିଂସ୍‌କୁ ଅଧିଗ୍ରହଣ କରିଥିବା ବିଷୟରେ ଘୋଷଣା କରିଥିଲା। ଏହା ଜରିଆରେ ଫଟୋଭୋଲ୍‌ଟାଇକ୍ ନିର୍ମାଣ କ୍ଷେତ୍ରରେ ଆର୍‌ଆଇଏଲ୍ ଦୁନିଆର ଅଗ୍ରଣୀ ସଂସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଆରଇସି ପାଖରେ ଦୁନିଆର ସବୁଠୁ ଉତ୍କୃଷ୍ଟ ହେଟେରୋଜଙ୍କସନ୍ ପ୍ରଯୁକ୍ତି ରହିଛି। ଏହା ବ୍ୟତୀତ ଆରଏନ୍‌ଇଏସ୍‌ଏଲ୍ ପକ୍ଷରୁ ଅକ୍ଟୋବର ୧୦ରେ ଷ୍ଟର୍ଲିଂ ଆଣ୍ଡ୍ ୱିଲ୍‌ସନ୍ ସୋଲାର ଲିମିଟେଡ୍‌ର ୪୦% ଅଂଶଧନକୁ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଥିଲା।

ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନି ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.