Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ ଧନ ଆକାଉଣ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ଜାଣନ୍ତୁ କ’ଣ ରହିଛି ବିଶେଷ
ଆଜିର ଖବର

ଜନ ଧନ ଆକାଉଣ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ଜାଣନ୍ତୁ କ’ଣ ରହିଛି ବିଶେଷ

January 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ୍‌ ଜନ ଧନ ଯୋଜନା
Special story on PM Jan Dhan Scheme

ନୂଆଦିଲ୍ଲୀ: ଜନ ଧନ ଖାତାର ସୁବିଧା ଗ୍ରାହକଙ୍କୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟରେ ଅନେକ ବିଶେଷ ସୁବିଧା ସରକାର ପ୍ରଦାନ କରୁଛନ୍ତି। ଯଦି ଆପଣ ମଧ୍ୟ ଏହି ଆକାଉଣ୍ଟ ଖୋଲିଛନ୍ତି କିମ୍ବା ଏହାକୁ ଖୋଲିବାକୁ ଯୋଜନା କରୁଛନ୍ତି, ତେବେ ଅର୍ଥ ମନ୍ତ୍ରଣାଳୟ ଏହି ଖାତାଗୁଡ଼ିକ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଆସନ୍ତୁ ଜାଣିବା କ’ଣ ବିଶେଷ-

ଜନ ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ସଂଖ୍ୟା ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସାଢେ ସାତ ବର୍ଷ ପୂର୍ବେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅଧୀନରେ ଥିବା ଆକାଉଣ୍ଟ ସଂଖ୍ୟା ୪୪.୨୩ କୋଟିରେ ପହଞ୍ଚିଛି। ଏହି ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ୧.୫ ଲକ୍ଷ କୋଟିରୁ ଅଧିକ ହୋଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରୁଥିବା ଏହି ଯୋଜନା ଗତ ବର୍ଷ ଅଗଷ୍ଟରେ ସାତ ବର୍ଷର କାର୍ଯ୍ୟକାରିତା ସମାପ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନ ଧନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମୋଟ ୪୪.୨୩ କୋଟି ଜନ ଧନ ଆକାଉଣ୍ଟ ମଧ୍ୟରୁ ୩୪୯ କୋଟି ଆକାଉଣ୍ଟ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଏବଂ ୮.୦୫ କୋଟି ଆକାଉଣ୍ଟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରେ ଅଛି। ଏହା ବ୍ୟତୀତ ଅବଶିଷ୍ଟ ୧.୨୮ କୋଟି ଆକାଉଣ୍ଟ ଘରୋଇ କ୍ଷେତ୍ର ବ୍ୟାଙ୍କରେ ଖୋଲାଯାଇଛି।

ଏହା ବ୍ୟତୀତ PMJDY ର ୩୧.୨୮ କୋଟି ହିତାଧିକାରୀଙ୍କୁ RuPay କାର୍ଡ ପ୍ରଦାନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, RuPay କାର୍ଡଗୁଡ଼ିକର ସଂଖ୍ୟା ଏବଂ ବ୍ୟବହାର ସମୟ ସହିତ ବୃଦ୍ଧି ପାଇଛି। ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ଆକାଉଣ୍ଟ ଖୋଲା ଯାଇଥିଲା।

ସରକାର ଗତ ମାସରେ ସଂସଦକୁ ସୂଚନା ଦେଇଥିଲେ ଯେ, ଡିସେମ୍ବର ୮ ତାରିଖ ୨୦୨୧ ସୁଦ୍ଧା ଜନ ଧନ ଆକାଉଣ୍ଟରେ ଶୂନ ବାଲାନ୍ସ କିମ୍ବା ବାଲାନ୍ସ ଥିବା ଆକାଉଣ୍ଟ ସଂଖ୍ୟା ୩.୬୫ କୋଟିରେ ପହଞ୍ଚିଛି। ଏହା ହେଉଛି ଜନ ଧନ ଖାତାର ୮.୩ ପ୍ରତିଶତ। ତଥ୍ୟ ଅନୁଯାୟୀ, ୨୯.୫୪ କୋଟି ଜନ ଧନ ଆକାଉଣ୍ଟ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରୀ ବ୍ୟାଙ୍କ ଶାଖାରେ ଅଛି। ଡିସେମ୍ବର ୨୯ ତାରିଖ ୨୦୨୧ ସୁଦ୍ଧା ଜନ ଧନ ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୨୪.୬୧ କୋଟି ମହିଳା ଥିଲେ।

କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଜନ ଧନ ଆକାଉଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Latest News

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.