Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ-ବିପି ଓ ଟିଭିଏସ୍ ମୋଟର ମଧ୍ୟରେ ସହଯୋଗିତା, ଇଲେକ୍ଟ୍ରିକ୍ ଯାନ ପାଇଁ ସ୍ଥାପନ କରିବେ ଚାର୍ଜିଂ ଷ୍ଟେସନ
ଆଜିର ଖବର

ଜିଓ-ବିପି ଓ ଟିଭିଏସ୍ ମୋଟର ମଧ୍ୟରେ ସହଯୋଗିତା, ଇଲେକ୍ଟ୍ରିକ୍ ଯାନ ପାଇଁ ସ୍ଥାପନ କରିବେ ଚାର୍ଜିଂ ଷ୍ଟେସନ

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ ସ୍ଥାପନ କରି ଏକ ଦୃଢ଼ ମୁଳଦୁଆ ଢ଼ାଂଚା ପ୍ରସ୍ତୁତ କରିବାରେ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଜିଓ-ବିପି ଓ ଟିଭିଏସ୍ ମୋଟର ପରସ୍ପର ସହ ହାତ ମିଳାଇଛନ୍ତି। ଏହା ଜିଓ-ବିପି ନେଟ୍‌ୱର୍କ ଉପରେ ଆଧାରିତ ରହିବ। ଏହି ପ୍ରସ୍ତାବିତ ସହଯୋଗିତା ଅନୁସାରେ ଟିଭିଏସ୍‌ର ଇଲେକ୍ଟ୍ରିକ ଗାଡ଼ିର ଗ୍ରାହକମାନେ ଜିଓ-ବିପିର ବ୍ୟାପକ ଚାର୍ଜିଂ ନେଟ୍‌ୱର୍କ ପାଖରେ ପହଂଚିପାରିବେ। ଏହି ଚାର୍ଜିଂ ଷ୍ଟେସନଗୁଡ଼ିକ ଅନ୍ୟ ଗାଡ଼ି ପାଇଁ ମଧ୍ୟ ଖୋଲାରହିବ।

 ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ବିଶ୍ୱସନୀୟ ଚାର୍ଜିଂ ଭିତିଭୂମି ଉପଲବ୍ଧ କରାଇବା ଲାଗି ଏଭଳି ଚାର୍ଜିଂ ନେଟ୍‌ୱର୍କ ସହିତ ଡିସି ଫାଷ୍ଟ-ଚାର୍ଜିଂ ନେଟ୍‌ୱର୍କ ମଧ୍ୟ ପ୍ରସ୍ତୁତ କରାଯିବ।

 ଇଲେକ୍ଟ୍ରିଫିକେସନ କ୍ଷେତ୍ରରେ ଉଭୟ କଂପାନିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ସଫଳତା ମିଳିଛି। ଏହି ଦୁଇ କଂପାନି ସେହି ଅଭିଜ୍ଞତାକୁ ଭାତୀୟ ବଜାରରେ ବ୍ୟବହାର କରିବେ ଯଦ୍ୱାରା ଗ୍ରାହକମାନଙ୍କୁ ଏକ ନୂଆ ଅନୁଭବ ପ୍ରଦାନ କରାଯାଇପାରିବ।

 ଜିଓ-ବିପି ପକ୍ଷରୁ ଏହାର ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜିଂ ଓ ସ୍ୱାପିଂ ଷ୍ଟେସନଗୁଡ଼ିକୁ ଜିଓ-ବିପି ପଲ୍‌ସ ବ୍ରାଣ୍ଡ୍ ଅନୁସାରେ ପରିଚାଳନା କରାଯିବ। ଜିଓ-ବିପି ପଲ୍‌ସ ଆପ୍ ଜରିଆରେ ଗ୍ରାହକମାନେ ସହଜରେ ଆଖପାଖରେ ଥିବା ଚାର୍ଜିଂ ଷ୍ଟେସନ ଖୋଜିପାରିବେ ଓ ନିଜ ଗାଡ଼ିକୁ ଚାର୍ଜ କରିପାରିବେ। ଜିଓ-ବିପି ଏକ ମଜଭୁତ ଚାର୍ଜିଂ ବ୍ୟବସ୍ଥା ପ୍ରସ୍ତୁତ କରୁଛି ଯାହାର ଲାଭ ସମସ୍ତ ଅଂଶୀଦାରଙ୍କ ନିକଟରେ ପହଂଚିପାରିବ।

 ଟିଭିଏସ୍ ମୋଟର କଂପାନି ନୂଆ ଇଲେକ୍ଟ୍ରିକ୍ ଯାନବାହନ ଉତ୍ପାଦ ଓ ତତ୍ ସଂକ୍ରାନ୍ତ ପ୍ରଯୁକ୍ତି ବିକଶିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଶୁଭାରମ୍ଭ ହେବା ପରଠାରୁ କଂପାନି ଏହାର ହାଇସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଟିଭିଏସ୍ ଆଇକ୍ୟୁବ୍‌ର ୧୨,୦୦୦ରୁ ଅଧିକ ୟୁନିଟ୍ ବିକ୍ରି କରିସାରିଲାଣି । ଟିଭିଏସ୍ ଆଇକ୍ୟୁବ୍ ଏକ ସ୍ମାର୍ଟ, କନେକ୍ଟେଡ୍ ଓ ବ୍ୟାବହାରିକ ଇଲେକ୍ଟ୍ରିକ୍ ଯାନ ଯାହା ଗ୍ରାହକଙ୍କ ଦୈନିକ ଯାତାୟାତ ଆବଶ୍ୟକତାକୁ ପୂରଣ କରୁଛି। କଂପାନି ୫-୨୫ କିଲୋୱାଟ୍ ରେଂଜ୍‌ରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିର ଏକ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ପ୍ରସ୍ତୁତ କରୁଛି ଯାହାକୁ ଆସନ୍ତା ୨୪ ମାସ ଭିତରେ ବଜାରରେ ଉପସ୍ଥାପନ କରାଯିବ।

 ଏହି ସହଯୋଗିତା ଦେଶରେ ଦୁଇ ଚକିଆ ଓ ତିନି ଚକିଆ ଯାନର ଗ୍ରାହକମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ଆପଣେଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିବ ଓ ଏହା ସହିତ ଭାରତର ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବାରେ ଏହା ସହାୟକ ହେବ।

ଇଲେକ୍ଟ୍ରିକ୍ ଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.