Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷ୍ଟେନଲେସ୍‌ ଷ୍ଟିଲ୍‌ ବୃତ୍ତିଧାରୀଙ୍କୁ ତାଲିମ ପାଇଁ ଏସ୍‌ସିଟିଇଭିଟି ଏବଂ ଜେଏସ୍‌ଏଲ ମଧ୍ୟରେ ବୁଝାମଣା ପତ୍ର
ବିଶେଷ ଖବର

ଷ୍ଟେନଲେସ୍‌ ଷ୍ଟିଲ୍‌ ବୃତ୍ତିଧାରୀଙ୍କୁ ତାଲିମ ପାଇଁ ଏସ୍‌ସିଟିଇଭିଟି ଏବଂ ଜେଏସ୍‌ଏଲ ମଧ୍ୟରେ ବୁଝାମଣା ପତ୍ର

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟେନଲେସ୍‌ ଷ୍ଟିଲ୍‌ ବୃତ୍ତିଧାରୀଙ୍କୁ ତାଲିମ ପାଇଁ ଏସ୍‌ସିଟିଇଭିଟି ଏବଂ ଜେଏସ୍‌ଏଲ ମଧ୍ୟରେ ବୁଝାମଣା ପତ୍ର

ଭୁବନେଶ୍ୱର : ଷ୍ଟେନଲେସ୍‌ ଷ୍ଟିଲ୍‌ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଆଜି ଜିନ୍ଦଲ ଷ୍ଟେନଲେସ୍‌ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ।

ଏହି ଏମଓୟୁ ଅଧୀନରେ ଜୁନ୍‌ ୨୦୨୨ ରୁ ଓଡିଶାର ସମସ୍ତ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏସସିଟିଇଭିଟି ଉପାଧ୍ୟକ୍ଷ, ଶ୍ରୀ ରେଘୁ ଜି ଏବଂ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ (ଜେଏସଏଲ) ୟୁନିଟ୍‌ ମୁଖ୍ୟ ଶ୍ରୀ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ଜିନ୍ଦଲ ଷ୍ଟେନଲେସ୍‌ ସହିତ ଏହି ସହଯୋଗ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ ଏବଂ ଏହା ପଲିଟେକ୍‌ନିକ୍‌ରେ ଶିଳ୍ପ ଅଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ। ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି ଏବଂ ଭିତ୍ତିଭୂମି ତଥା ବୈଷୟିକ ତାଲିମ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ପୁଞ୍ଜି ବିନିଯୋଗ କରୁଛନ୍ତି।

ଡିପ୍ଲୋମା ପ୍ରଶିକ୍ଷାର୍ଥୀମାନେ ସ୍କିଲ ମାଧ୍ୟମରେ ଶ୍ରମିକ ଏବଂ ଇଞ୍ଜିନିୟରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବାରୁ ସେମାନେ ଯେକୌଣସି ଶିଳ୍ପ ସଂସ୍ଥାର ମେରୁଦଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି। ଷ୍ଟେନଲେସ ଷ୍ଟିଲ ଶିଳ୍ପ ବିଷୟରେ ଆଲୋକପାତ କରି ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ଶ୍ରୀ ବିଜୟ ଶର୍ମା କହିଛନ୍ତି ଯେ ଘରୋଇ ଷ୍ଟେନଲେସ ଷ୍ଟିଲ ଶିଳ୍ପ ପାଇଁ ଏକ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ ବିକାଶ ପାଇଁ ଆମେ ପ୍ରତିବଦ୍ଧ।

ଏହି ଏମଓୟୁ ଆମ ଦେଶର ଭବିଷ୍ୟତର କର୍ମଜୀବୀଙ୍କୁ ଷ୍ଟେନଲେସ ଷ୍ଟିଲ ଏବଂ ଏହାର ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଶିଖିବା ନିମନ୍ତେ ସୁଯୋଗ ପ୍ରଦାନ କରିବ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଉତ୍ପାଦନ ବିପ୍ଳବ ଆଣିବାର ପ୍ରତିବଦ୍ଧତା ନିଶ୍ଚିତ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଏମଓୟୁ ଅଧୀନରେ ଦୁଇଟି ମଡ୍ୟìଲ୍‌ ରହିବ – ବାଧ୍ୟତାମୂଳକ ଏବଂ ଚୟନମୂଳକ। ପ୍ରତ୍ୟେକ ବ୍ୟାଚ୍‌ ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୨୦୨୨ରୁ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ଏକ ଅତିରିକ୍ତ ବାଧ୍ୟତାମୂଳକ ମଡ୍ୟìଲ୍‌ ଆରମ୍ଭ ହେବ। ଏଥିରେ କେବଳ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ୧୦ ଟି ପାଠ୍ୟଦାନ ଅଧିବେଶନ ଅନ୍ତର୍ଭୂକ୍ତ ହେବ। ଜିନ୍ଦଲ ଷ୍ଟେନଲେସ୍‌ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଶିଳ୍ପ ପରିଦର୍ଶନର ବ୍ୟବସ୍ଥା କରିବେ। ଏହା ସହିତ, କମ୍ପାନୀ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବ।

ସରକାରୀ ପଲିଟେକ୍‌ନିକ ଯାଜପୁର ଏବଂ କେନ୍ଦ୍ରାପଡା ଓ ବୋଷ୍‌ କଟକର ଷଷ୍ଠ ସେମିଷ୍ଟାର ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଚୟନମୂଳକ ମଡ୍ୟìଲରେ ୪୦ଟି ଅଧିବେଶନ ସହିତ ୩ଟି କ୍ରେଡିଟ ପାଠ୍ୟକ୍ରମ ରହିବ। ପ୍ରଶିକ୍ଷାର୍ଥୀମାନେ ସେମାନଙ୍କର ପଞ୍ଚମ ସେମିଷ୍ଟାର ପରେ ଚୟନମୂଳକ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ। ମନୋନୀତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ଲାଣ୍ଟରେ ୨୦ ଘଣ୍ଟା ଅବଧିର ଶିଳ୍ପ ତାଲିମ ନେବେ, ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ।
ପାଠ୍ୟକ୍ରମର ସଫଳ ସମାପ୍ତି ପରେ ସମସ୍ତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ୍‌ ଏବଂ ସେମାନଙ୍କ ସଂପୃକ୍ତ ଅନୁଷ୍ଠାନରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ। ପ୍ରଶିକ୍ଷାର୍ଥୀମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନୀ ସେମାନଙ୍କୁ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ପ୍ରଦାନ କରିବ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସ୍‌ଡିଟିଇ ଅତିରିକ୍ତ ସଚିବ ଶ୍ରୀ ତପନ ଶତପଥୀ, ଜେସିଏଲ୍‌ ରେସିଡେଣ୍ଟ ଡାଇରେକଫର ଶ୍ରୀ ଏସ୍‌. ଏସ୍‌. ଉପାଧ୍ୟାୟ ଏବଂ ଜେସିଏଲ୍‌ ବିକ୍ରୟ ଏବଂ ବଣ୍ଟନ ମହାପ୍ରବନ୍ଧକ ଶ୍ରୀ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ।

ବୈଷୟିକ ଶିକ୍ଷା ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.