ଏଥର ସୁଧୁରିବ ବିଏସଏନଏଲ, ମିଳିବ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା, କ୍ୟାବିନେଟ ଦେଲା ଅନୁମୋଦ

Published: Jul 27, 2022, 6:28 pm IST

ନୂଆଦିଲ୍ଲୀ:  ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛି।

କ୍ୟାବିନେଟ୍ ଦ୍ବାର ଅନୁମୋଦିତ ପୁନଃଉଦ୍ଧାର ପ୍ୟାକେଜରେ ବିଏସଏନଏଲ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପିତି କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି  BSNL ର ସେବାଗୁଡିକର ନବୀକରଣ, ସ୍ପେକ୍ଟ୍ରମ ଆବଣ୍ଟନ, ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ୍ (BBNL) କୁ BSNL ସହିତ ମିଶ୍ରଣ କରି ଏହାର ଫାଇବର ନେଟୱାର୍କକୁ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ବିଏସଏନଏଲ 4G ସେବା ଯୋଗାଇବା ପାଇଁ ଇକ୍ୱିଟି ଇନଫ୍ୟୁଜନ୍ ମାଧ୍ୟମରେ ୪୪,୯୯୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।  ଏହାକୁ 900/1800 MHz ବ୍ୟାଣ୍ଡର ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବ।  ଏହି ସ୍ପେକ୍ଟ୍ରମ ହାସଲ କଲେ  BSNL ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବ ବୋଲି ଆଶା କରାଯାଉଛି। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ବିସ୍ତୃତ ନେଟୱାର୍କ ବ୍ୟବହାର କରି କ୍ଷିପ୍ର ଗତି ଡାଟା ପ୍ରଦାନ କରିପାରିବ।

ସେହିପରି ଫାଇବର ସେବାକୁ ଉନ୍ନତି କରଣ ପାଇଁ ବିଏସଏନଏଲ କାର୍ଯ୍ୟ କରିବ।
ଭାରତନେଟ ଅଧୀନରେ ରଖାଯାଇଥିବା ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ୍ (BBNL) BSNL ସହିତ ମିଶ୍ରିତ ହେବ। ଏହାଦ୍ବାରା ବିଏସଏନଏଲ ତାହାର ଫାଇବର ସେବାକୁ ସୁଦୃଢ କରିପାରିବ। ସେହିପରି ଏହି ଆର୍ଥିକ ପ୍ୟାକେଜର ବିଏସଏନଏଲର ଯେଉଁ ବକେୟା ବା ଋଣ ରହିଛି ତାହାକୁ ପରିଶୋଧ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏହି ପଦକ୍ଷେପଗୁଡିକ ସହିତ, BSNL ବର୍ତ୍ତମାନ ଥିବା ସେବାଗୁଡିକର ଗୁଣବତ୍ତାକୁ ଉନ୍ନତ କରିବା ସହିତ 4G ସେବାଗୁଡିକୁ କାର୍ଯ୍ୟକାରୀ କରିବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇପାରିବ। ଆଶା କରାଯାଏ ଯେ ଏହି ପୁନଃଉଦ୍ଧାର ପ୍ୟାକେଜ ଯୋଜନା କାର୍ଯ୍ୟକାରୀ ହେଲେ ଆସନ୍ତା ଆର୍ଥିକ ବର୍ଷରେ ସଂସ୍ଥା ଲାଭ କରିପାରିବ।

Related posts