Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ସୁଧୁରିବ ବିଏସଏନଏଲ, ମିଳିବ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା, କ୍ୟାବିନେଟ ଦେଲା ଅନୁମୋଦ
ଜାତୀୟ ଖବର

ଏଥର ସୁଧୁରିବ ବିଏସଏନଏଲ, ମିଳିବ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା, କ୍ୟାବିନେଟ ଦେଲା ଅନୁମୋଦ

July 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛି।

କ୍ୟାବିନେଟ୍ ଦ୍ବାର ଅନୁମୋଦିତ ପୁନଃଉଦ୍ଧାର ପ୍ୟାକେଜରେ ବିଏସଏନଏଲ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପିତି କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି  BSNL ର ସେବାଗୁଡିକର ନବୀକରଣ, ସ୍ପେକ୍ଟ୍ରମ ଆବଣ୍ଟନ, ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ୍ (BBNL) କୁ BSNL ସହିତ ମିଶ୍ରଣ କରି ଏହାର ଫାଇବର ନେଟୱାର୍କକୁ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ବିଏସଏନଏଲ 4G ସେବା ଯୋଗାଇବା ପାଇଁ ଇକ୍ୱିଟି ଇନଫ୍ୟୁଜନ୍ ମାଧ୍ୟମରେ ୪୪,୯୯୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।  ଏହାକୁ 900/1800 MHz ବ୍ୟାଣ୍ଡର ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବ।  ଏହି ସ୍ପେକ୍ଟ୍ରମ ହାସଲ କଲେ  BSNL ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବ ବୋଲି ଆଶା କରାଯାଉଛି। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ବିସ୍ତୃତ ନେଟୱାର୍କ ବ୍ୟବହାର କରି କ୍ଷିପ୍ର ଗତି ଡାଟା ପ୍ରଦାନ କରିପାରିବ।

ସେହିପରି ଫାଇବର ସେବାକୁ ଉନ୍ନତି କରଣ ପାଇଁ ବିଏସଏନଏଲ କାର୍ଯ୍ୟ କରିବ।
ଭାରତନେଟ ଅଧୀନରେ ରଖାଯାଇଥିବା ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ୍ (BBNL) BSNL ସହିତ ମିଶ୍ରିତ ହେବ। ଏହାଦ୍ବାରା ବିଏସଏନଏଲ ତାହାର ଫାଇବର ସେବାକୁ ସୁଦୃଢ କରିପାରିବ। ସେହିପରି ଏହି ଆର୍ଥିକ ପ୍ୟାକେଜର ବିଏସଏନଏଲର ଯେଉଁ ବକେୟା ବା ଋଣ ରହିଛି ତାହାକୁ ପରିଶୋଧ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏହି ପଦକ୍ଷେପଗୁଡିକ ସହିତ, BSNL ବର୍ତ୍ତମାନ ଥିବା ସେବାଗୁଡିକର ଗୁଣବତ୍ତାକୁ ଉନ୍ନତ କରିବା ସହିତ 4G ସେବାଗୁଡିକୁ କାର୍ଯ୍ୟକାରୀ କରିବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇପାରିବ। ଆଶା କରାଯାଏ ଯେ ଏହି ପୁନଃଉଦ୍ଧାର ପ୍ୟାକେଜ ଯୋଜନା କାର୍ଯ୍ୟକାରୀ ହେଲେ ଆସନ୍ତା ଆର୍ଥିକ ବର୍ଷରେ ସଂସ୍ଥା ଲାଭ କରିପାରିବ।

ନରେନ୍ଦ୍ର ମୋଦୀ ବିଏସଏନଏଲ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.