Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ମେକ ଇନ ଓଡିଶା’ ପାଇଁ ଆଜିଠାରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ନବୀନ, ଜାଣନ୍ତୁ କାହାକୁ ଭେଟିବେ
ଜାତୀୟ ଖବର

‘ମେକ ଇନ ଓଡିଶା’ ପାଇଁ ଆଜିଠାରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ନବୀନ, ଜାଣନ୍ତୁ କାହାକୁ ଭେଟିବେ

September 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ମୁମ୍ବାଇରେ ଆୟୋଜିତ ହେଉଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ହେବ। ନବୀନ ଦିନ ୧୧ ରୁ ୧. ୩୦ ପର୍ଯ୍ୟନ୍ତ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ଶିଳ୍ପପତିମାନେ ଯୋଗଦେବେ। ସେହିପରି ଏଲଆଣ୍ଡଟି ଏବଂ ଏସିୟାନ ପେଣ୍ଟସ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ।

ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ସଂଧ୍ୟା ୫ଟା ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ। ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ।

ଶିଳ୍ପପତିଙ୍କ ଆଲୋଚନା ପରେ ନବୀନ କେତକ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସ ଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝା।

ଆସନ୍ତା ନଭେମ୍ବର ୩୦ ରୁ ଭୁବନେଶ୍ବରରେ ଆରମ୍ଭ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ନବୀନ ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ଯୋଗ ଦେଇଥିଲେ। ଏହା ପରେ ବୁଧବାର ଦିନ ଏହା ମୁମ୍ବାଇରେ ଆୟୋଜିତ ହେଉଛି। ଅନୁରୂପ ଭାବେ ଆସନ୍ତା ୨୮ ତାରିଖରେ ବେଙ୍ଗାଲୁରୁରେ ଏହା ଆୟୋଜନ କରିବାକୁ ନିଷ୍ପତ କରାଯାଇଛି।

Investors Meet Make in Odisha ମୁମ୍ବାଇରେ ମେକ ଇନ ଓଡିଶା ମେକ ଇନ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କଲା ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ

June 29, 2026

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026
Latest News

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.