Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା
ଜାତୀୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

November 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି ।

ଷ୍ଟଲରେ ଉତ୍ପାଦଗୁଡିକୁ ଚାଖିବାର ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ଉତ୍ପାଦ କିଣୁଥିବା ପରିଲକ୍ଷିତ ହେଉଛି । ବିସ୍କୁଟ ମଧ୍ୟରେ ଉଭୟ ମିଠା ଓ ଲୁଣିଆ ବିସ୍କୁଟ ରହିଛି । ଯାହାକି ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛି । ଏହି ଷ୍ଟଲରେ ଭଲ ବିକ୍ରିବଟା ହୋଇଥିବାବେଳେ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ଆଗ୍ରହ କ୍ରମେ ଆସନ୍ତା କାଲିଠାରୁ କୃଷି ବିଭାଗ ଷ୍ଟଲରେ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ପିଠା ମିଳିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ମିଲି ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ଦର୍ଶକମାନଙ୍କ ଗହଳି ଲାଗି ରହୁଛି ।

ସେହିପରି ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମଣ୍ଡପର ୧୬ ନମ୍ବର ଷ୍ଟଲରେ ବିକ୍ରି ଜୋର ଧରିଛି କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଆଣିଥିବା ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ । ଜି.ଆଇ. ଟ୍ୟାଗ ମାନ୍ୟତାପ୍ରାପ୍ତ କନ୍ଧମାଳ ହଳଦୀ ସମେତ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଅଦା, ଗୋଲମରିଚ, ଧଳା ରାଶି, ସୋରିଷ, ମୁଗଡାଲି, ମାଣ୍ଡିଆ ଆଦି ଶସ୍ୟ ଓ ମସଲା ଏବଂ ସେଥିରୁ ପ୍ରସ୍ତୁତ ପାମ୍ପଡ କିଣିବା ପାଇଁ ଉକ୍ତ ଷ୍ଟଲରେ ଗ୍ରାହକମାନଙ୍କ ପ୍ରବଳ ଭିଡ ଲାଗି ରହୁଛି । ଏହି ଷ୍ଟଲ ମଧ୍ୟ ବେଶ ଭଲ ବ୍ୟବସାୟ କରିଛି ।

ଆସନ୍ତା ୨୪ ତାରିଖ ଅପରାହ୍ନରେ ପ୍ରଗତି ମଇଦାନଠାରେ ଓଡ଼ିଶା ଦିବସ ପାଳନ ହେବ । ଏଥିରେ ଓଡିଶାରୁ ଆସିଥିବା ବଛା ବଛା ସାଂସ୍କୃତିକ ଦଳ ଗୁଡିକ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟସଙ୍ଗୀତ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପାଭିଲିଅନ୍‌ ସୂତ୍ରରୁ ପ୍ରକାଶ ।

ଆଜି ଓଡ଼ିଶା ମଣ୍ଡପକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଭ୍ରମଣରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହିତ ଓଡ଼ିଶା ମଣ୍ଡପର ବିଭିନ୍ନ କଳାକୃତି ସହ ଫଟୋ ଉଠାଉଛନ୍ତି ।

ଓଡ଼ିଶା ମଣ୍ଡପ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ଚାରି ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

January 25, 2026

ଅଭିଷେକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ: ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ବଡ଼ ବିଜୟ ହାସଲ

January 25, 2026

ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ପାଳିତ

January 25, 2026

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026
Latest News

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ଚାରି ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

January 25, 2026

ଅଭିଷେକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ: ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ବଡ଼ ବିଜୟ ହାସଲ

January 25, 2026

ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ପାଳିତ

January 25, 2026

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ଚାରି ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.