Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’
ବିଶେଷ ଖବର

ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

December 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର'

ଭୁବନେଶ୍ୱର: ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୁସ୍ତକ ମହୋତ୍ସବରେ ଯୋଗଦେଇମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ପୁସ୍ତକ ଜରିଆରେ ବିଶ୍ୱକୁ ଦେଖିବାରେ ଏକ ପରିବ୍ୟାପ୍ତ ଜୀବନକୁ ଲମ୍ଫ ପ୍ରଦାନ କରିବାକୁ ହୋଇଥାଏ। ପୁସ୍ତକ, ପାଠକମାନଙ୍କୁ ସୁବିଚାର ସହ ସେମାନଙ୍କର ଜୀବନକୁ ନିଖୁଣ କରି ଗଢିବାରେ ସହାୟକ ହୋଇଥାଏ।

ପାଠକ ପାଠିକାମାନଙ୍କର ପାଠକୀୟ ଅନୁରାଗ ବା କ୍ରେତାଙ୍କ ଆବେଗକୁ ନେଇ ଲେଖକମାନଙ୍କର ଲେଖା ଦ୍ୱାରା ପ୍ରକାଶକମାନେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହିତ ହୁଅନ୍ତି । ଅନୁଷ୍ଠିତ ୪ର୍ଥ ପୁସ୍ତକ ମହୋତ୍ସବ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହିତ ଆସନ୍ତା ବର୍ଷ ୫ମ ପୁସ୍ତକମେଳାକୁ ଆହୁରି ନୂଆ କରି ଅଧିକ ଭଲ ଭାବରେ ଆୟୋଜନ କରିବାକୁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ୧୦ ଦିନ ଧରି ଚାଲିଥିବା ଏହି ପୁସ୍ତକ ମହୋତ୍ସବ ସବୁ ଦିଗରୁ ସଫଳ ହୋଇଛି। ୨ ବର୍ଷ କରୋନା ସଂକ୍ରମଣ କଟକଣା ଫଳରେ ସାହିତ୍ୟିକଙ୍କ ପାଇଁ ନିରାଶା ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପୁସ୍ତକମେଳା ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥିଲା। ପୁସ୍ତକ ମେଳା ସହିତ ଯୋଡି ହୋଇ ରହିଥିବା ସାହିତ୍ୟିକ, ଲେଖକ, ପାଠକ,ପାଠିକା, ପ୍ରକାଶକଙ୍କ ସହିତ ମେଳାରେ ବହୁ ଜନସମାଗମ ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ପୁସ୍ତକ ପଠନମାଧ୍ୟମରେ ପୁସ୍ତକ ଭିତରେ ଥିବା ବିଭିନ୍ନ ଚରିତ୍ର ସଂପର୍କରେ ଜାଣିବା ଓ ଦେଶ ବିଦେଶ ସଂପର୍କରେ ଅଧିକରୁ ଅଧିକ ଅବଗତ ହେବା ଦ୍ୱାରା ପାଠକର ଚରିତ୍ର ଗଠନ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥାଏ ଓ ସେମାନେ ଦେବୋପମ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ସମସ୍ତ ସହଯୋଗୀ ଆୟୋଜକ ଅନୁଷ୍ଠାନ ଓ ପୁସ୍ତକ ପ୍ରକାଶକମାନଙ୍କର ସହଯୋଗ ଯୋଗୁଁ ପୁସ୍ତକମେଳା ସଫଳ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ପୁସ୍ତକ ମେଳାର ସଫଳ ଆୟୋଜନ ପାଇଁ ରାଜଧାନୀ ପୁସ୍ତକ ମେଳାର ସଭାପତି ଡଃ. ଉପେନ୍ଦ୍ର କୁମାର ଜେନା, ସଂପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ, ଆବାହକ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡଃ. ପୀତବାସ ରାଉତରାୟ ଓ ସଂପାଦକ ଶ୍ରୀ ଭାସ୍କର ଜେନା, ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର କାର‌୍ୟ୍ୟକାରୀ ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀଓ ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ଶେଖର ରଥଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପୁସ୍ତକ ମହୋତ୍ସବ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ୧୦ ଦିନ ମଧ୍ୟରେ ଶତାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ଆୟୋଜକ ଓ ପ୍ରକାଶକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ସଂଧ୍ୟାରେ ଉଦଯାପନୀ ମଂଚରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ୟାପନୀ ସଂଧ୍ୟାର ଶୁଭାରମ୍ଭ କରାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଂଗୀତ ପରିବେଷଣ ପରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଅତିଥିମାନଙ୍କୁ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଏବଂ ଗାଳ୍ପିକ ଶ୍ରୀ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ , ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଚାଟାର‌୍ୟୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ- ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

ଅକ୍ଷର ଅଶ୍ୱିନୀ କୁମାର ପାତ୍ର ପ୍ରଦର୍ଶନୀ ପଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.