Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ
ଆଜିର ଖବର

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ

March 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଦ୍ଵାରା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଥିବା ସଚତେନତା କାର୍ଯ୍ୟକ୍ରମ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆଜି କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନିପାଟଣା ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସମସ୍ତ PACS ଓ LAMPCS ସଭାପତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପରିଚାଳନା କମିଟିର ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ସକାଳେ ଏକ ଗଣ ଦୌଡ଼ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନର୍ଲ୍ଲା ଭୂପିନ୍ଦର ସିଂ, ମାନ୍ୟବର ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଲାଞ୍ଜିଗଡ ପ୍ରଦୀପ ଦିଶାରୀ ଓ ନଗର ପାଳ ସଂଯୁକ୍ତା ବେହେରା ଯୋଗଦାନ କରିଥିଲେ।

ଅପରାହ୍ନ ୪ ଘ ସମୟରେ ସ୍ଥାନୀୟ ଏସ ଏନ କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟଣା ସଭାପତି ଗିରିଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରିଥିଲେ।

ସମବାୟ ବିଭାଗ ଯୁଗ୍ମ ନିବନ୍ଧକ ଭକ୍ତବନ୍ଧୁ ସାହୁ, କଲାହାଣ୍ଡି ସମବାୟ ଉପ ନିବନ୍ଧକ ପ୍ରମୋଦ କୁମାର ସାହୁ, କଳାହାଣ୍ଡି ବିସିସି ବ୍ୟାଙ୍କ ଉପସଭାପତି ନନ୍ଦିନୀ ସାହୁ, DDM NABARD, ମହେଶ୍ଵର ଦାଶ, ଉମାକାନ୍ତ ଦାଶ, ସହକାରୀ ନିବନ୍ଧକ ନୂଆପଡ଼ା, ମନୋଜ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କଳାହାଣ୍ଡି ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ।

ବ୍ୟାଙ୍କ୍ ମୁଖ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ଏବଂ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବାର୍ତ୍ତା ପ୍ରସାରଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମସ୍ତ ଅତିଥିମାନେ ଆଜିର ଦିନରେ ସମବାୟର ଭୂମିକା ଏବଂ ସମବାୟ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ବିନା ସୁଧରେ କୃଷି ଋଣ ଓ ଅନ୍ୟାନ୍ୟ ସେବା ପ୍ରଦାନ ତଥା ଚାଷୀଭାଇ ମାନେ ଏଥିରୁ କିପରି ସୁଫଳ ପାଇପାରିବେ ସେ ସମର୍କରେ ଗୁରୁତ୍ୱାରୋପ କରିଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ଓ ନିହାରିକା ନାୟକ ମଞ୍ଚ ପରିଚାଳନା କରିଥିବାବେଳେ କୁମାରୀ ଲିପ୍ସା ମହାରଣା ପ୍ରାମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।

ଭାରପ୍ରାପ୍ତ ସହକାରୀ ନିବନ୍ଧକ, ଭବାନୀପାଟଣା ଭଵନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମବାୟ ବିଭାଗ କଳାହାଣ୍ଡି ଓ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ର ଅଧିକାରୀ ଗଣ ସହଯୋଗ କରିଥିଲେ।

ଋଣ କର୍ମଶାଳା ଓଡିଶା ସରକାର ସମବାୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026
Latest News

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.