ନିଟ୍ ଟିକସ ସଂଗ୍ରହ ପରିମାଣ ୧୩.୭୩ ଲକ୍ଷ କୋଟି ଟଙ୍କା; ପୂର୍ବ ବର୍ଷ ତୁଳନାରେ ଏହା ୧୬. ୭୮% ଅଧିକ

Published: Mar 11, 2023, 9:34 pm IST

ନୂଆଦିଲ୍ଲୀ:୨୦୨୩ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ଦେଶରେ ସଂଗୃହୀତ ହୋଇଥିବା ପ୍ରତ୍ୟକ୍ଷ ଟିକସ ପରିମାଣରେ ନିରନ୍ତର ଅଭିବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ  ଟିକସ ସଂଗ୍ରହ ପରିମାଣ ୧୬.୬୮ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷର ଏହି ସମୟରେ ସଂଗୃହୀତ ପ୍ରତ୍ୟକ୍ଷ ଟିକସ ଠାରୁ ଏହା ୨୨.୫୮% ଅଧିକ। ପ୍ରତ୍ୟକ୍ଷ ଟିକସ ସଂଗ୍ରହ, ନିଟ୍ ରିଫଣ୍ଡ ପରିମାଣ ବାଦଯିବା ପରେ ୧୩. ୭୩ ଲକ୍ଷ କୋଟି ଟଙ୍କା ହୋଇଛି ଏବଂ ଏହା ଗତବର୍ଷର ଏହି ସମୟରେ ନିଟ ସଂଗ୍ରହ ଠାରୁ ୧୬.୭୮ଶତାଂଶ ଅଧିକ । ଏହି ସଂଗ୍ରହ ମୋଟ ବଜେଟ୍ ଆକଳନର ୯୬.୬୭% ଏବଂ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ପ୍ରତ୍ୟକ୍ଷ ଟିକସ ଆକଳନର ୮୩.୧୯%।

ଏଯାବତ୍ କର୍ପୋରେଟ ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ମୋଟ ରାଜସ୍ୱ ସଂଗ୍ରହ ହିସାବରେ ଯଥାକ୍ରମେ ୧୮.୦୮% ଓ ୨୭.୫୭% ବଢିଛି। ରିଫଣ୍ଡକୁ ହିସାବରେ ମଡାଣ କରିବା ପରେ କର୍ପୋରେଟ ଆୟକରର ନିଟ୍ ଅଭିବୃଦ୍ଧି ୧୩. ୬୨% ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ୨୦.୭୩% ହୋଇଛି।

ଅଗ୍ରିମ ଟିକସ ଆକାରରେ ଟିକସଦାତାଙ୍କ ଠାରୁ ଯେଉଁ ଅଧିକ ଟିକସ ଆଦାୟ କରାଯାଇଥିଲା ରିଫଣ୍ଡ ଆକାରରେ ତାହା ଫେରାଯାଇଛି। ୨୦୨୨ ଏପ୍ରିଲ ପହିଲାରୁ ୨୦୨୩ ମାର୍ଚ୍ଚ ୧୦ତାରିଖ ମଧ୍ୟରେ ୨. ୯୫ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଆକାରରେ ଟିକସଦାତାଙ୍କୁ ଦିଆଯାଇଛି। ପୂର୍ବବର୍ଷ ତୁଳନାରେ ଏହି ରିଫଣ୍ଡ ପରିମାଣ ୫୯.୪୪% ଅଧିକ।

Related posts