Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର
ଆଜିର ଖବର

ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର

March 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର କମିଟି ଗଠନ କରିଛନ୍ତି । ଏହା ଆଗାମୀ ମାସଗୁଡ଼ିକରେ ହରଡ଼ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି । ସରକାର ଘରୋଇ ବଜାରରେ ଅନ୍ୟ ଡାଲିର ଗଚ୍ଛିତ ପରିମାଣ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି, ଯଦ୍ଦ୍ୱାରା ଆଗାମୀ ମାସଗୁଡ଼ିକରେ ଅହେତୁକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅଧୀନରେ ଗଚ୍ଛିତ ହରଡ଼ ଡାଲିର ଷ୍ଟକ୍‌ ପରିମାଣ ପ୍ରକାଶ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରିଥିଲେ । ଆହୁରି ହରଡ଼ ଡାଲି ଆମଦାନୀକୁ ସୁଗମ ଓ ବାଧାମୁକ୍ତ କରିବା ଲାଗି ସରକାର ଅଣ-ଏଲଡିସି ଦେଶରୁ ଏହି ଡାଲି ଆମଦାନୀ ଉପରେ ଲାଗୁ ହେଉଥିବା ୧୦ ପ୍ରତିଶତ ଶୁଳ୍କକୁ ଉଚ୍ଛେଦ କରିଥିଲେ, କାରଣ ଏଲଡିସି ଦେଶରୁ ନିଃଶୁଳ୍କ ଆବଦାନୀ କ୍ଷେତ୍ରରେ ମଧ୍ୟ ଏହି ଶୁଳ୍କ ପ୍ରକ୍ରିୟାଗତ ବାଧା ଉତ୍ପନ୍ନ କରୁଥିଲା ।

କମିଟି ଗଠନ କେନ୍ଦ୍ର ସରକାର ହରଡ ଡାଲି
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026
Latest News

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026

୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.