Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପିତ: ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
ବ୍ୟବସାୟ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପିତ: ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ

June 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ନବୀନଙ୍କ ପଞ୍ଚମ ପାଳିର ଏହା ହେଉଛି ସରକାରଙ୍କ ପ୍ରଥମ ବଜେଟ୍‌। ଏଥର ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଯେଉଁ ସବୁ କ୍ଷେତ୍ର ଓ ଯୋଜନା ପାଇଁ ବ୍ୟୟ ଅଟକଳ ରଖାଯାଇଛି ସେଗୁଡିକ ହେଲା-

ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩ଶହ ଦଶ କୋଟି ଟଙ୍କା

ବିପର୍ଯ୍ୟୟ ପ୍ରଶମନ ପାଇଁ ୪ ହଜାର ୬୦୦ କୋଟି,

ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୪୯୨ କୋଟି

ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି

ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି ବ୍ୟୟବରାଦ

ଫୋନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୪୮୨୦ କୋଟି ବ୍ୟୟବରାଦ

ମମତା ଯୋଜନା ପାଇଁ ବଜେଟରେ ୩୦୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି

ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଭତ୍ତା ଓ ପେନସନ୍‌ କ୍ଷେତ୍ରରେ ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି

କିନ୍ନର, ନିଷ୍ପେସିତ, ଭିକ୍ଷୁକ ବର୍ଗର ଥଇଥାନ ପାଇଁ ୩୧୪୭ କୋଟି

ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୪ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

କୃଷି ସମ୍ପ୍ରସାରଣ ଉନ୍ନତି ପାଇଁ ୩୦ କୋଟିର ବ୍ୟୟବରାଦ କରାଯାଇଛି।

ଉଦ୍ୟାନ କୃଷି ପାଇଁ ୧୦୦ କୋଟି

କାଳିଆ ପାଇଁ ମୋଟ ୫୬୦୦ କୋଟି

ଚାଷୀ ଋଣ ଉପରେ ସୁଧ ରିହାତି ପାଇଁ ୮୦୦ କୋଟି ଟଙ୍କା ବ୍ୟୟ ବରାଦ

ପାର୍ବତୀ ଗିରି ଉଠାଜଳସେଚନ ପାଇଁ ୧ ହଜାର ୭୭୭ କୋଟି

ଜମିକୁ ପାଇପ୍‌ ଜଳ ଯୋଗାଣ ପାଇଁ ବଜେଟ୍‌ରେ ୩୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସାର ଯୋଗାଇବା ପାଇଁ ୮୦୦ କୋଟିଟଙ୍କାର ବ୍ୟୟ ବରାଦ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟିଟଙ୍କାର ବ୍ୟୟ ବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୦୧ କୋଟି

ବିଜୁ ସେତୁ ଯୋଜନାରେ ୧୮୧ଟି ସେତୁ ପାଇଁ ୫୦୧ କୋଟି

ପୁରୁଣା ରେଳ ପ୍ରକଳ୍ପ ପାଇଁ ୧୦ କୋଟି

ପୁଲିସ୍‌ ବାରାକ ନିର୍ମାଣ ଓ ସରଞ୍ଜାମ ପାଇଁ ୭୦୧ କୋଟି ଟଙ୍କା

MSME ପାଇଁ ୧୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବ୍ୟାପକ ବନୀକରଣ ପାଇଁ ଜଙ୍ଗଲ ବିଭାଗ ନିମନ୍ତେ ୧୯୦୨ କୋଟି

ଗ୍ରୀନ ମହାନଦୀ ମିଶନ ପାଇଁ ୫୧ କୋଟି ବ୍ୟୟବରାଦ

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୯୪ କୋଟି ବ୍ୟୟବରାଦ

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ୧୧ କୋଟିଟଙ୍କାର ବ୍ୟୟ ବରାଦ କରାଯାଇଛି

୨୦୧୯-୨୦ ଆର୍ଥିକ ବର୍ଷର ବ୍ୟୟ ଅଟକଳ ପାଇଁ ରାଜସ୍ବରୁ ୧ ଲକ୍ଷ ୧୫ ହଜାର ୨ଶହ ୬୬କୋଟି ଟଙ୍କା ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ଋଣ ଓ ଅନ୍ୟାନ୍ୟ ସଂଗ୍ରହରୁ ୨୩ହଜାର ୭ଶହ ୩୪ କୋଟି ଟଙ୍କା ଭରଣା କରାଯିବ ବୋଲି ଆକଳନ କରାଯାଇଛି।

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ ଉପସ୍ଥାପନ ବେଳେ ଗଂଗାଧର ମେହେରଙ୍କ ଦୁଇଟି କବିତା ପଢି ପରିବେଶକୁ କିଛିଟା ହାଲକା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

‘ମୁଖ୍ୟମନ୍ତ୍ରୀ ଟ୍ରଫି’ ଜରିଆରେ ଗ୍ରାମାଞ୍ଚଳରୁ ବଛାଯିବେ ଉଦୀୟମାନ ପ୍ରତିଭା

June 7, 2026

ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଇଣ୍ଡିଆ ମେଣ୍ଟ!: ଆସନ୍ତାକାଲି ବୈଠକରେ ଯୋଗଦେବେ ୨୩ଟି ଦଳ

June 7, 2026

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026
Latest News

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026

ଆଫଗାନିସ୍ତାନକୁ ପରାସ୍ତ କଲେ ମଧ୍ୟ WTC ରେ ଲାଭବାନ ହେବ ନାହିଁ ଭାରତ: କାରଣ ଆଶ୍ଚର୍ଯ୍ୟଜନକ

June 7, 2026

ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.