Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁଠୁ ?
ବ୍ୟବସାୟ

ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁଠୁ ?

June 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁ ସୂତ୍ରରୁ ?
ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁ ସୂତ୍ରରୁ

କେଦାର ମିଶ୍ର

ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ  ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ। ଶିଳ୍ପ ଓ ବାଣିଜ୍ୟ ତୁଳନାରେ କୃଷି ତଥା ଶିକ୍ଷା କ୍ଷେତ୍ର ଉପରେ ବଜେଟ ବିଶେଷ ଗୁରୁତ୍ଵ ଦେଇଛି। ବଜାର ଅର୍ଥନୀତିର ପ୍ରାବଲ୍ୟ ସମୟରେ ଏମିତି ଏକ ନେହେରୁ ପରମ୍ପରାର ବଜେଟକୁ ଅର୍ଥନୀତିଜ୍ଞମାନେ “ବେକାର ବଜେଟ” ବୋଲି କହିବାର ସମ୍ଭାବନା ଅଧିକ। ଲୋକଙ୍କୁ ଦେବାକଥା ଏ ବଜେଟରେ ବହୁତ ଅଧିକ କୁହାଯାଇଛି। ତେବେ ନୂଆ ଅର୍ଥନୀତିରେ ଲୋକଙ୍କୁ ଦେବା ଅପେକ୍ଷା ଲୋକଙ୍କଠୁ ଅଧିକ ନେବା ଉପରେ ଗୁରୁତ୍ଵ ଆରୋପ କରାଯାଇଥାଏ। ଓଡିଶା ସରକାରଙ୍କ ଏ ବଜେଟ ଅନେକାଂଶରେ ଏକ ସମାଜବାଦୀ ବଜେଟ ବୋଲି କୁହାଯାଇପାରିବ।

ଆମ ରାଜ୍ୟରେ ବଜେଟ ବିଶ୍ଳେଷଣର ଦୁଇଟି ଧାରା ସବୁବେଳେ ରହି ଆସିଛି। ଗୋଟେ ରାଜନୈତିକ ଧାରା ଓ ଅନ୍ୟଟି ଅର୍ଥନୈତିକ ଧାରା। ରାଜନୀତିରେ ଶାସକ ଦଳ ନିଜ ବଜେଟକୁ କ୍ରାନ୍ତିକାରୀ କହନ୍ତି ଓ ବିରୋଧୀ ଏହା ଲୋକ ବିରୋଧୀ ବୋଲି କୁହନ୍ତି। ହେଲେ ଏଥର ବଜେଟକୁ ଲୋକ ବିରୋଧୀ ବୋଲି କହିବାକୁ ବିରୋଧୀ ମଧ୍ୟ ସାହସ କରିନାହାନ୍ତି। ବଜେଟ ଆରମ୍ବହରୁ ଶେଷ ପର୍ୟନ୍ତ ଏତେ ଗୁଡିଏ ଲୋକକଲ୍ୟାଣକାରୀ ଯୋଜନା ଅଛି ଯେ, ତାକୁ ଲୋକବିରୋଧୀ କହିଲେ ଲୋକହସା ହେବା ସାର ହେବ! ତେବେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ବଜେଟକୁ ନେଇ ଅନେକ ପ୍ରଶ୍ନ ପଚରାଯାଇପାରିବ।ତେବେ ସେ ପ୍ରଶ୍ନ ବିରୋଧୀ ଦଳଙ୍କ ଭଳି ପଚାରିଲେ, ସେଟା ହାସ୍ୟାସ୍ପଦ ଇ ହେବ। ଯେମିତି ରାଜ୍ୟର ନିଜସ୍ଵ ଟିକସ ଆୟ ୨୪.୮୮% କୁ ଇ କେବଳ ରାଜ୍ୟର ଆୟ ଓ ବାକି ସବୁ ଋଣ ତଥା କେନ୍ଦ୍ରୀୟ ଅନୁଦାନ ବୋଲି ବିରୋଧୀ ଦଳ କହୁଛନ୍ତି। ଏହା ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ବାଚାଳ ଯୁକ୍ତି ବୋଲି କୁହାଯାଇପାରେ। କେନ୍ଦ୍ର ରୁ ବିଭିନ୍ନ ଟିକସ, କର, ସେସ ଓ ରୟାଲିଟି ବାବଦକୁ  ରାଜ୍ୟ ୨୯.୫୫% ଅର୍ଥ ପାଇବ ଓ ଏହା ରାଜ୍ୟର ରାଜସ୍ୱ ଅଧିକାର। ଏହା କେନ୍ଦ୍ରର ଅନୁଦାନ ନୁହେଁ। କେନ୍ଦ୍ରର ଅନୁଦାନ ରାଜ୍ୟ ଆୟରେ ମାତ୍ର ୧୯.୯୮%। ବଜେଟକୁ କେନ୍ଦ୍ର ଆଭିମୁଖି ବୋଲି କହିବା ହୁଏତ ରାଜନୈତିକ ଦୃଷ୍ଟିରୁ ଭଲ ଶୁଭିପାରେ, ତେବେ ତାହା ଅସତ୍ୟ।

ତେବେ ବଜେଟର ସବୁଠୁ ଚିନ୍ତାଜନକ ଦିଗଟି ହେଉଛି ବଜେଟର ପାଖାପାଖି ୪୦% ଅର୍ଥ କେବଳ ପ୍ରଶାସନିକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ମୋଟ ୧ ଲକ୍ଷ ୩୯ ହଜାର କୋଟିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭,୩୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ୭୦,୬୦୦ କୋଟି ଟଙ୍କା ବିଭିନ୍ନ କାର୍ୟକ୍ରମରେ ଖର୍ଚ୍ଚ ହେବ। ଲୋକ କଲ୍ୟାଣ ଖର୍ଚ୍ଚ ତୁଳନାରେ ପ୍ରଶାସନିକ ଖର୍ଚ୍ଚକୁ କମ କରିବା ସରକାରଙ୍କର ଲକ୍ଷ୍ୟ ହେବ ଉଚିତ ନୁହଁ କି? ଯଦିଓ ଏ କଥା ମଧ୍ୟ ସତ୍ୟ ଯେ ୨୦୦୭-୦୮ ମସିହା ବେଳକୁ ରାଜ୍ୟରେ ଲୋକକଲ୍ୟାଣ ପାଇଁ ମାତ୍ର ୫,୧୦୫ କୋଟି ଟଙ୍କା ଥିବା ବେଳେ ଆଜି ତାହା ୬୨,୦୦୦ କୋଟିରେ ପହଞ୍ଚିଛି। ଅର୍ଥାତ ୧୨ ବର୍ଷରେ ଏହି ବ୍ୟୟ ବରାଦ ୧୨ ଗୁଣ ବଢିଛି। ରାଜ୍ୟର ରାଜସ୍ୱ ବଢିଛି ଓ ସମ୍ବଳ ଯୋଗାଡ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ନଚେତ ଏତେ ପରିମାଣରେ କାର୍ୟକ୍ରମ ଲାଗୁ କରିବା ସମ୍ଭବ ହୁଅନ୍ତା ନାହିଁ।

ଋଣ ଆଣିବାକୁ ନେଇ ମଧ୍ୟ ଗୁଡାଏ ବିଭ୍ରାନ୍ତିକର ତଥ୍ୟ ଦିଆ ଯାଉଛି। ୧୫.୬୮% ଋଣ ସେମିତି କିଛି ଉଦବେଗଜନକ ନୁହେଁ। ଋଣ ବିନା ଦେଶ ବା ରାଜ୍ୟର ଅର୍ଥନୀତି ଚାଲିବ ନାହିଁ। ତେବେ କମ ଋଣ କାଲେ କମ ସୁଧ ଦେବାକୁ ପଡିବ ଓ ସେଥିରୁ ବଳକା ଅର୍ଥ ଲୋକ କଲ୍ୟାଣ କାମରେ ଲାଗିପାରିବ। ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଋଣ ଭାର ଉତ୍କଟ ଅବସ୍ଥାରେ ନାହିଁ। ସରକାର ଚାହିଁଲେ ୨୫% ପର୍ୟନ୍ତ ଋଣ ଉଠାଇପାରିବେ।

ଏହି ବଜେଟକୁ ଲୋକଙ୍କ ବଜେଟ ବୋଲି କହିବାରେ କୌଣସି ଦ୍ଵିଧା ନାହିଁ। ତେବେ ସରକାର ସବୁବେଳେ ଦାତା ହୋଇ ରହିବା ଅପେକ୍ଷା ଲୋକଙ୍କ ଅର୍ଥନୈତିକ ମାନବୃଦ୍ଧି କରାଇବାରେ ସହାୟକ ଭୂମିକା ନେବା ଜରୁରୀ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୮-୮.୫% ରହୁଥିବାବେଳେ ଏଥିରୁ କର୍ମଯୋଗାଣ ସମ୍ଭବ ହେଉନାହିଁ। କର୍ମହୀନ ଅଭିବୃଦ୍ଧିରୁ ମୁକୁଳିବାର ବାଟ ରାଜ୍ୟ ସରକାରଙ୍କୁ ବାହାର କରିବାକୁ ପଡିବ ଓ ରାଜ୍ୟର ନିଜସ୍ଵ ରାଜସ୍ବକୁ ଅତି କମରେ ଆହୁରି ୧୦% ବଢାଇବାକୁ ପଡିବ।

Budget2019 NaveenPatnaik niranjanpujari odishaassembly odishabudget
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.