ନୂଆଦିଲ୍ଲୀ: ଆଜି UPI ପେମେଣ୍ଟ ମାମଲା ସୁପ୍ରିମକୋର୍ଟରେ ପହଛି। ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରାଯାଇଥିବା ବିଜ୍ଞପ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଅଞ୍ଜନ ଦତ୍ତା ନାମକ ଜଣେ ଆବେଦନକାରୀ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ବ୍ୟବସ୍ଥା ଆଇନ ସମ୍ମୁଖରେ ସମାନତାର ମୌଳିକ ଅଧିକାର ଏବଂ ବାଣିଜ୍ୟ କରିବାର ଅଧିକାରକୁ ଉଲ୍ଲଂଘନ କରୁଛି।
ଆବେଦନକାରୀ କହିଛନ୍ତି ଯେ, ଏହି ବ୍ୟବସ୍ଥା ଉପଯୁକ୍ତ ଆଲୋଚନା ବିନା କାର୍ଯ୍ୟକାରୀ କରାଯାଉଛି ଏବଂ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇ ନାହିଁ। ଏହା ଛୋଟ ବ୍ୟବସାୟ ଉପରେ ବୋଝ ପକାଇବ। ଅତିରିକ୍ତ UPI ଚାର୍ଜ ଏଡାଇବା ପାଇଁ ନଗଦ ଦେୟର ଦାବି ପୁଣି ଥରେ ଆରମ୍ଭ ହୋଇପାରେ। ଏହା ଡିଜିଟାଲ୍ ଅର୍ଥନୀତି କାର୍ଯ୍ୟକାରୀ କରିବାର ଲକ୍ଷ୍ୟକୁ ପ୍ରଭାବିତ କରିବ।


