Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଭାରତୀୟ ବଜାରରେ ନୂଆ ଅବତାରରେ ଜାଭା ମୋଟର ବାଇକ୍
ବ୍ୟବସାୟ

ଭାରତୀୟ ବଜାରରେ ନୂଆ ଅବତାରରେ ଜାଭା ମୋଟର ବାଇକ୍

December 28, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦୁଇଚକିଆ ଯାନ ଭିତରେ ରୟାଲ ଏନଫିଲ୍ଡର ବୁଲେଟ ସହିତ ସେତେବେଳର ଚେକୋସ୍ଲୋଭାକିଆର ପ୍ରସିଦ୍ଧ ମୋଟର ସାଇକେଲ ଜାଭା ଦୀର୍ଘ ସମୟ ଧରି ଭାରତୀୟ ରାସ୍ତାରେ ଆଧିପତ୍ୟ ବିସ୍ତାର କରିଥିଲା।  ଏହି ହେଭି 2 ଷ୍ଟ୍ରୋକ  250 cc ଏବଂ 300 cc ବାଇକ 1990 ମସିହା ପରେ ଭାରତୀୟ ରାସ୍ତାରୁ ଉଭାନ ହୋଇଯାଇଥିଲେ ବି ଏବେ ଆଉଥରେ ଭାରତକୁ ଆସିବାକୁ ପଥ ପରିସ୍କାର କରିଛି।

ଭାରତୀୟ ବାଇକପ୍ରେମୀଙ୍କ ଭାବାବେଗ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଫୋର ଷ୍ଟ୍ରୋକ jawa ଏବଂ jawa 42 ବାଇକ ରୟାଲ ଏନଫିଲଡ଼ କିଣିବାକୁ ବିଚାର କରୁଥିବା ଗ୍ରାହକଙ୍କୁ ଆଉ ଥରେ ଭାବିବାକୁ ବାଧ୍ୟ କରିବ। ସୁନ୍ଦର ହେଡଲାଇଟ ଏବଂ ତେଲ ଟାଙ୍କି ସହ ଏହି ଦୁଇ ମଡେଲକୁ  ବିଗତ ବର୍ଷର ଜାଭା ବାଇକ ଭଳି ଏହାକୁ ରୟାଲ ଲୁକ ଦେବାକୁ ଚେଷ୍ଟା କରାଯାଇଛି । ଫ୍ରାଣ୍ଟିସେକ ଜେନେସେକଙ୍କ ଦ୍ଵାରା ୧୯୨୯ ମସିହାରେ ବିଗତ ବର୍ଷର ଚେକୋସ୍ଲୋଭାକିଆର ପରାଗୁଏରେ ପ୍ରତିଷ୍ଠା କରାଯାଇଥିଲା । ଏହା ଭାରତକୁ ୧୯୬୦ ମସିହାରେ ଆସିଥିଲା । ମୈସୁରଠାରେ ଏହି ଆଇଡିଆଲ ଜାଭା ଉତ୍ପାଦନ କରୁଥିଲା । ଶ୍ରମିକ ଅଶାନ୍ତି ଏବଂ ନୂତନ ପ୍ରଦୂଷଣ ନିୟମକୁ ପାଳନ କରିବାରେ ବିଫଳ ହେବ ହେତୁ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥିଲା।  ୧୯୯୬ ମସିହାରେ ଫାକ୍ଟ୍ରି ବନ୍ଦ ହେବା ପୂର୍ବରୁ jawa ଓ yezdi ନାମରେ ନୂଆ ମଡେଲ ବଜାରକୁ ଆସିଥିଲେ ମଧ୍ୟ ନୁଆ ନୁଆ ବଜାରକୁ ଆସୁଥିବା ବାଇକ ତୁଳନାରେ ଏହି ବାଇକଗୁଡିକର ଅଧିକ ତେଲ ଖର୍ଚ୍ଚ ଏହି  ପ୍ରତିଷ୍ଠିତ ରୟାଲ ବାଇକର ଚାହିଦାକୁ କମାଇ ଦେଇଥିଲା।

ଏବେ ଏହି ଜାଭା ଭାରତକୁ ନୂଆ ରୂପରେ ଆସିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହାୟକ କମ୍ପାନୀ କ୍ଲାସିକ ଲିଜେଣ୍ଡ୍ସ ଏହାର ଦୁଇଟି ଉତ୍ପାଦ ଜାଭା ଏବଂ ଜାଭା ଫର୍ଟି ଟୁ ନାମରେ ଗତ ମାସରୁ  ଆଉ ଥରେ ଶୁଭାରମ୍ଭ କରିଛି । ଶୁଭାରମ୍ଭ ହେଉ ହେଉ ବର୍ତ୍ତମାନ ସୁଦ୍ଧା ଏହାର  ଦୁଇଟି ଯାକ ମଡେଲ ସଂପୂର୍ଣ୍ଣ ବୁକିଙ୍ଗ ହୋଇସାରିଛି ।  ମାର୍କେଟକୁ ନ ଆସିବା ଆଗରୁ ଏହାର ସମସ୍ତ ବୁକିଙ୍ଗ ଜାଭା ବ୍ରାଣ୍ଡର ଭରସା ତଥା ବିଶ୍ଵସନୀୟତା ଓ ଲୋକପ୍ରିୟତାକୁ ସୂଚାଉଛି ।  ୨୦୧୯ସେପ୍ଟେମ୍ବର ମାସ ସୁଦ୍ଧା ଏହି ମଡେଲକୁ ଗ୍ରାହକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦ ଟି ଆଉଟଲେଟ ଖୋଲିଛି  । ପୁନେରେ ଦୁଇଟି ବାଙ୍ଗାଲୋରରେ ତିନି ଟି ଏବଂ ନୂଆଦିଲ୍ଲୀରେ ପାଞ୍ଚଟି ଆଉଟଲେଟ ଖୋଲାଯାଇଛି।  ସର୍ଭିସ ଓ ସ୍ପେୟର ଫାସିଲିଟି ସହିତ ଫେବୃଆରି ୨୦୧୯ ସୁଦ୍ଧା ସାରା ଭାରତରେ ଆଉ ୧୦୦ ଟି ଆଉଟଲେଟ ଖୋଲାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।  ୩୦୦ ସିସି ର ଏକ୍ସ ଶୋ ରୁମ ମୂଲ୍ୟ ଯଥାକ୍ରମେ ୧.୫୫ ଲକ୍ଷ ଏବଂ ୧.୬୪ ଲକ୍ଷ ରହିଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026
Latest News

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.