ଲକ୍‌ଡାଉନ୍ କାରଣରୁ ଘୁଞ୍ଚିଲା ଏହି ଫୋନ୍‌ର ଲଞ୍ଚ

Published: Mar 31, 2020, 6:42 pm IST

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ପ୍ରସିଦ୍ଧ କମ୍ପାନୀର ଫୋନ୍ ଲଞ୍ଚ ବିଳମ୍ବିତ ହୋଇଛି । ମୋଟୋର ଫ୍ଲାଗ୍‌ସିପ୍ ଫୋନ୍ ରେଜେଡ୍‌ଆର୍ ଲଞ୍ଚ ହେବାକୁ ଥିବା ବେଳେ କମ୍ପାନୀ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଏହାକୁ ବନ୍ଦ ରଖାଯାଇଛି । ଏହି ଫୋନ୍‌ର ଲଞ୍ଚ ନେଇ ମାର୍ଚ୍ଚ ୧୬ ତାରିଖରେ ଘୋଷଣା କରାଯାଇଥିଲା । ୬ ଜିବି ରାମ୍ ଏବଂ ୧୨୮ ଜିବି ରମ୍ ବିଶିଷ୍ଟ ଏହି ଫୋନ୍‌ର ମୂଲ୍ୟ ଭାରତୀୟ ବଜାରରେ ୧ ଲକ୍ଷ ୨୪ ହଜାର ୯୯୯ ଟଙ୍କା ରହିଛି । ଲକ୍‌ଡାଉନ୍ କାରଣରୁ ଇକମର୍ସ ସାଇଟ୍ ବନ୍ଦ ରହିଥିବା କାରଣରୁ ମୋଟୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲକ୍‌ଡାଉନ୍ ସମାପ୍ତ ହେବା ପରେ ମୋଟୋ ପକ୍ଷରୁ ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବ ।

Related posts