Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଷ୍ଟାଲ ବ୍ୟାଙ୍କ ଗ୍ରାହକମାନେ କିଛି କଥା ଜାଣି ରଖିବା ଉଚିତ
ବିଶେଷ ଖବର

ପୋଷ୍ଟାଲ ବ୍ୟାଙ୍କ ଗ୍ରାହକମାନେ କିଛି କଥା ଜାଣି ରଖିବା ଉଚିତ

September 2, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି।

1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ।

2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ ସାରା ଭାରତରେ ଲାଗୁ କରିବାକୁ ନିଷ୍ପତି ନିଆଗଲା।

3-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବା ଆଇପିପି ବ୍ୟାଙ୍କ ଏହାର ସେଭିଙ୍ଗସ ଆକାଉଣ୍ଟ ଗ୍ରାହକଙ୍କୁ 4 ପ୍ରତିଶତ ସୁଧ ହାର ପ୍ରଦାନ କରିବ।

4-ଏହି ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାର ସୁଯୋଗ ପ୍ରଦାନ କରିବ। ମାତ୍ର ଋଣ ପ୍ରଦାନ କ୍ଷେତ୍ରରେ ଏହି ପରିମାଣ ବୃଦ୍ଧି ପାଇପାରିବ।

5-ଏହି ବ୍ୟାଙ୍କ ଅନ୍ୟ ବଡ ବଡ ଜାତୀୟକରଣ ବ୍ୟାଙ୍କର ଏଜେଣ୍ଟ ଭାବେ ମଧ୍ୟ କାମ କରିବ ବୋଲି ନିଷ୍ପତି ହୋଇଛି। ଋଣ ଦେବାରେ ହେଉ କିମ୍ବା ଅନ୍ୟାନ୍ୟ ସୁବିଧା ପାଇଁ ଅନ୍ୟ ବ୍ୟାଙ୍କ ସହିତ ଅନୁବନ୍ଧିତ ହେବ। ଉଦାହରଣ ସ୍ବରୁପ ପଂଜାବ ନ୍ୟାସନାଲ ବ୍ୟାଙ୍କର ଏହି ଆଇପିପି ବ୍ୟାଙ୍କ ଏଜେଣ୍ଟ ଭାବେ କାମ କରିପାରିବ।

6-ଅନ୍ୟାନ୍ୟ ବ୍ୟାଙ୍କ ପରି ଆଇପିପି ବ୍ୟାଙ୍କ ମଧ୍ୟ ସେଭିଙ୍ଗସ ଓ କରେଣ୍ଟ ଆକାଉଣ୍ଟ, ମନି ଟ୍ରାନସଫର, ଡାଇରେକ୍ଟ ବେନିଫିଟ ଟ୍ରାସଫର,ବିଲ ପେମେଣ୍ଟ, ଏବଂ ଏଣ୍ଟରପ୍ରାଇଜ ପେମେଣ୍ଟ ପ୍ରଭୃତି ସୁବିଧା ପ୍ରଦାନ କରିବ।

7-ଏହି ସବୁ ସେବା ବ୍ୟାଙ୍କ ବିଭିନ୍ନ ମାଧ୍ୟମରେ ମଧ୍ୟ ପ୍ରଦାନ କରିପାରିବ। ଯେପରି କାଉଣ୍ଟର, ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗି, ଏସଏମଏସ ଏବଂ ଆଭିଆର ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଟେକ୍ନଲୋଜି ସିସଟମ ମାଧ୍ୟମରେ ଏହି ସେବା ପ୍ରଦାନ କରାଯିବ।

8-ଏହି ଆଇପିପି ବ୍ୟାଙ୍କ 17 କୋଟି ପୋଷ୍ଟାଲ ଆକାଉଣ୍ଟକୁ ସାମିଲ କରି ବ୍ୟାଙ୍କର ସମସ୍ତ ସୁବିଧା ଯୋଗାଇ ସେହି ଗ୍ରାହକଙ୍କୁ ଦେବା ପାଇଁ ନିଷ୍ପତି କରିଛି। ଫଳରେ ପୋଷ୍ଟାଲ ସେଭିଙ୍ଗସ ଆକାଉଣ୍ଟ ଗ୍ରାହକ ଆଉ ନୂଆ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନାହିଁ।

ପୋଷ୍ଟାଲ ସେବା ଭାରତର ଗାଁ ଗାଁ ରେ ରହିଥିବାରୁ ଏହି ବ୍ୟାଙ୍କ ଏକ ବଡ ସଫଳତା ହାସଲ କରିପାରିବ ବୋଲି ଦେଶର ଅର୍ଥନୈତିଜ୍ଞମାନେ ଆଶା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.