Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫଳ, ପନିପରିବା ବିକ୍ରି ନିମନ୍ତେ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ
ଆଜିର ଖବର

ଫଳ, ପନିପରିବା ବିକ୍ରି ନିମନ୍ତେ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ

April 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ଭୂତାଣୁ (କୋଭିଡ୍‌-୧୯)କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନଙ୍କ ସୁବିଧା ପାଇଁ ନୂତନ ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି । ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକ୍ରି ପାଇଁ ଏହି ୱେବ୍‌ସାଇଟର ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନରେ କୃଷି ଭବନଠାରେ ଏହି ୱେବ୍‌ସାଇଟ odihortmarketing.nic.in କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଥିଲେ । ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରି ଦିଗରେ ଏହି ୱେବ୍‌ସାଇଟ୍‌ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ । ଏହି ୱେବ୍‌ସାଇଟ୍‌ ଫଳ ଓ ପନିପରିବା ବିକ୍ରି ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ଆଶା ପ୍ରକାଶ କରିଛନ୍ତି ।

ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ । ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ପନିପରିବା ଆଦି ଉପଲବ୍ଧ ହେଉଛି ସେ ବିଷୟରେ ଜାଣିପାରିବେ । ଏହାଦ୍ୱାରା ସେମାନେ ଜିଲ୍ଲାସ୍ତରର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ ।

arunsahoo covid19 farmers
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Latest News

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.