ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ: ସିଏଆଇଟି

Published: Aug 22, 2020, 9:54 pm IST

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ। ଏନେଇ ଆଜି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଘୋଷଣା କରାଯାଇଛି। ସିଏଆଇଟି ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରତିବର୍ଷ ସାରା ଦେଶରେ ପ୍ରାୟ ୩୦ କୋଟି ପ୍ରତିମା କିଣାଯାଏ। ଗଣେଶ ଚତୁର୍ଥୀ ଅବସରରେ ଚାଇନା ପ୍ରତିବର୍ଷ ପ୍ରାୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ରପ୍ତାନି କରୁଥିଲା। କିନ୍ତୁ ଚଳିତ ବର୍ଷ ଗଣେଶ ପ୍ରତିମା ଆମଦାନୀ କରାଯାଇ ନାହିଁ।

ଏହାପୂର୍ବରୁ, ଭାରତୀୟ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଚାଇନାର ସାମଗ୍ରୀକୁ ବର୍ଜ୍ଜନ କରିବାକୁ ଆହ୍ଵାନ ଦିଆଯାଇଥିଲା। ଖଣ୍ଡେଲୱାଲଙ୍କ ଅନୁଯାୟୀ, ଚଳିତ ବର୍ଷ ଛୋଟ ପ୍ରତିମାକୁ ଅଧିକ ପସନ୍ଦ କରାଯାଉଛି ଏବଂ ଲୋକମାନେ ମନ୍ଦିରକୁ ଆସିବା ପରିବର୍ତ୍ତେ ନିଜ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମା ସ୍ଥାପନ କରି ପ୍ରାର୍ଥନା କରିବାକୁ ପସନ୍ଦ କରିଛନ୍ତି। (ଏଜେନ୍ସି)

 

Related posts