Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୈତିକ କାର୍ଯ୍ୟକୁ ଧରିଲା ପୂର୍ବତଟ ରେଳପଥର ଟେଣ୍ଡର କମିଟ, ସବୁ ଆବେଦନକାରୀଙ୍କୁ ବଣ୍ଟାଗଲା କାମ
ଆଜିର ଖବର

ଅନୈତିକ କାର୍ଯ୍ୟକୁ ଧରିଲା ପୂର୍ବତଟ ରେଳପଥର ଟେଣ୍ଡର କମିଟ, ସବୁ ଆବେଦନକାରୀଙ୍କୁ ବଣ୍ଟାଗଲା କାମ

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଏକ ପ୍ରମୁଖ ପାଇଲଟ ପ୍ରକଳ୍ପରେ ପରିଚାଳନା ଦକ୍ଷତା ବୃଦ୍ଧି କରିବାପାଇଁ ପୂର୍ବ ତଟ ରେଳପଥ କେତେକ ଲୋକୋ ଆଟାଚମେଣ୍ଟ ଟେକ୍ନୋଲୋଜି କ୍ରୟ କରୁଛି କ୍ଷ ଏହା ଗୋଟିଏ ପ୍ରମାଣିତ ଟେକ୍ନୋଲୋଜି, କିନ୍ତୁ ଭବିଷ୍ୟତରେ ଆହୁରି ଅଧିକ କ୍ରୟ କରିବା ପୂର୍ବରୁ ଏହାକୁ ଭାରତୀୟ ରେଳପଥ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରିବାକୁ ହେଉଛି।

ଏପରି ଉନ୍ନତିମୂଳକ କିଣାବିକା ପାଇଁ ପ୍ରାପ୍ତ ହୋଇଥିବା ଗୁଣବତ୍ତା ଓ ମୂଲ୍ୟ ସବୁଠାରୁ ଅଧିକ ମହତ୍ଵପୁର୍ଣ ଯେହେତୁ ଏଗୁଡିକ ସମଗ୍ର ଭାରତୀୟ ରେଳପଥରେ ଭବିଷ୍ୟତରେ ବୃହତ୍ ପରିମାଣର କ୍ରୟ ନିମନ୍ତେ ମାନଦଣ୍ଡ ରୂପେ ବିବେଚିତ ହେବ।

ସୂଚନା ଅନୁସାରେ, ଉକ୍ତ କ୍ରୟ ସମ୍ବନ୍ଧୀୟ ଟେଣ୍ଡର ଅକ୍ଟୋବର, ୨୦୧୯ ରେ ଆହ୍ୱାନ କରାଯାଇଥିଲା, ଯାହାକୁ ଅଧିକ ଉଚ୍ଚ ମୂଲ୍ୟ ଆସିବାରୁ, ବରଖାସ୍ତ କରିଦିଆ ଯାଇଥିଲା। ସମୁଦାୟ, ତିନୋଟି ଫାର୍ମ ବିଡ୍ ରେ ଅଂଶଗ୍ରହଣ କରିଥିଲେ କ୍ଷ ଡିସେମ୍ବର, ୨୦୧୯ ରେ ପୁଣି ଥରେ ଟେଣ୍ଡର ଆହ୍ୱାନ କରାଗଲା ଏବଂ ଏଥିରେ ୪ ଜଣ ବିଡ଼ର ଅଂଶଗ୍ରହଣ କଲେ କ୍ଷ ତେବେ, ଯେହେତୁ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମର ମୂଲ୍ୟ ବି ଉଚ୍ଚ ଥିଲା, ତାଙ୍କୁ ଚୁକ୍ତି ପୂର୍ବ ବୁଝାମଣା ନିମନ୍ତେ ଡକାଗଲା ଏବଂ ଉକ୍ତ ଫାର୍ମ ତାଙ୍କ ମୂଲ୍ୟକୁ ୨୫% ହ୍ରାସ କାରିବାକୁ ରାଜି ହେଲେ।

ଆଜିକାଲି, ସମଗ୍ର ଟେଣ୍ଡର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯାଉଛି କ୍ଷ ରାଜିନାମା ଅନୁସାରେ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମ ପକ୍ଷରୁ ବୁଝାମଣା କରିଥିବା ବ୍ୟକ୍ତି ବିଶେଷ ଅନ୍ ଲାଇନରେ ଏକ ସଂଶୋଧିତ ପ୍ରସ୍ତାବ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରେ ଦେଖାଗଲା ଯେ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମ ପ୍ରାରମ୍ଭିକ ପ୍ରସ୍ତାବ ଠାରୁ ମାତ୍ର ୧% ମୂଲ୍ୟ ହ୍ରାସ କରି ସଂଶୋଧିତ ପ୍ରସ୍ତାବ ଦେଇଛନ୍ତି।

ନିୟମ ଅନୁଯାୟୀ ଏହା ଅନୁଷ୍ଠିତ ହୋଇଥିବା ବୁଝାମଣାର ଚରମ ଉଲଂଘନ। ଏଥିପାଇଁ, ପୂର୍ବତଟ ରେଳପଥ ସମସ୍ତ ଚାରିଜଣ ଯୋଗ୍ୟ ଫାର୍ମ ମାନଙ୍କ ମଧ୍ୟରେ ଆବଶ୍ୟକୀୟ ପରିମାଣକୁ ସମାନ ଭାବେ ବାଣ୍ଟି ସମସ୍ତଙ୍କୁ କ୍ରୟ ଆଦେଶ ଦେଇ ଏକ ନିର୍ଣ୍ଣାୟକ ଭୂମିକା ନେଲେ ଏବଂ ମୂଲ୍ୟକୁ ବୁଝାମଣା ହୋଇଥିବା ମୂଲ୍ୟରେ ପଂହଁଚାଇଲେ ଅର୍ଥାତ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମର ମୂଲ୍ୟଠାରୁ ପ୍ରାୟ ୨୫% କମ ମୂଲ୍ୟ।

ଏହା ଏଥିପାଇଁ କାରିବାକୁ ପଡିଲା ଯେ, ଯଦି କାଉଣ୍ଟର ପ୍ରସ୍ତାବ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମକୁ ଦିଆଯାଇଥାନ୍ତା ସେ ତାହାକୁ ପ୍ରତ୍ୟାଖ୍ୟାନ କରିବା ସୁନିଶ୍ଚିତ ଥିଲା ଯଦ୍ଵାରା ଟେଣ୍ଡର ପୁଣି ବରଖାସ୍ତ କରାଯାଇଥାନ୍ତା। ଟେଣ୍ଡର କମିଟିର ଏହି ପଦକ୍ଷେପ ଫଳପ୍ରଦ ହେଲା ଏବଂ ସମସ୍ତ ଚାରିଜଣ ଫାର୍ମ ପ୍ରସ୍ତାବକୁ ଗ୍ରହଣ କଲେ।

ଏପରି ଭାବେ, ଚାରି ଜଣ ଫାର୍ମଙ୍କ ଠାରୁ ୨୫% କମ ମୂଲ୍ୟରେ ପାଇବା ଦ୍ଵାରା, ଭବିଷ୍ୟତରେ ଭାରତୀୟ ରେଳପଥ କ୍ରୟ କରିବାକୁ ଥିବା ବୃହତ ପରିମାଣର ସାମଗ୍ରୀ ନିମନ୍ତେ, ଏକ ମାନଦଣ୍ଡ ସ୍ଥାପିତ ହେଲା।ଏହାପରେ, ସର୍ବନିମ୍ନ ଫାର୍ମ ରେଳପଥ ସହିତ ହୋଇଥିବା ବୁଝାମଣା ରୁ ଓହରି ଆସିବାର କାରଣ ସମ୍ବନ୍ଧରେ ସୂଚନା ପାଇଁ ରେଳପଥର ସତର୍କତା ବିଭାଗ ଅନୁସନ୍ଧାନ ଚାଲୁ ରଖିଛନ୍ତି।

 

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.