କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ବାହାରିଲା ଏକ ସ୍ବତନ୍ତ୍ର ଦୁଧ

Published: Sep 5, 2020, 7:28 am IST

ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ନିହାତି ଆବଶ୍ୟକ ରହିଛି। ଏଥିପାଇଁ ଡାକ୍ତରମାନେ ଶରୀରରେ ଏହି ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ସବୁବେଳେ ପରାମର୍ଶ ଦେଇଥାଆନ୍ତି। ଏହିପରି ଏକ ପରିସ୍ଥିତିରେ ଭାରତୀୟ କୃଷି ଗବେଷଣା ପରିଷଦ ଏକ ଭିନ୍ନ ପ୍ରକାରର ଖିର ବାହାର କରିଛନ୍ତି। ଯାହାକୁ କୁହାଯାଏ ମସଲା ଖିର। ଏହି ଭିନ୍ନ ପ୍ରକାରର ଖିରର ନାମ ରଖାଯାଇଛି ଗୋଲଡେନ ମିଲ୍କ।

ଏହା ଦୁଇ ପ୍ରକାରର ଉପଲ୍ବଧ ହେବ। ଗୋଟିଏ କେବଳ ଗୋଲଡେନ ମିଲ୍କ ହୋଇଥିବା ବେଳେ ଅନ୍ୟଟି ହେଉଛି ଗୋଲଡେନ ମିକ୍ସ। ଏହି ସ୍ବତନ୍ତ୍ର ଖିରରେ ହଳଦୀ, ଅଦା ଏବଂ ଡାଲଚିନ ପ୍ରଭୃତି ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି। ପରିଷଦର କୃଷି ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଏହା ଉପରେ ଗବେଷଣା କରି ଶେଷରେ ଏହା ବାହାର କରିବାରେ ସଫଳ ହୋଇଛନ୍ତି। ଖୁବ ଶିଘ୍ର ଏହାକୁ ବଜାରରେ ଉପଲବଧ୍ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Related posts