ଆଜି ଭାରତରେ ଆରମ୍ଭ ହେଲା ଆପଲ୍ ର ଅନଲାଇନ ଷ୍ଟୋର, ଆସିଲା ନୂଆ ଅଫର

Published: Sep 23, 2020, 12:13 pm IST

ନୂଆଦିଲ୍ଲୀ, ଆଜି ଭାରତରେ ପ୍ରଥମ ଆପଲ୍ ଅନ ଲାଇ ଷ୍ଟୋର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଭାରତର ଗ୍ରାହକଙ୍କୁ ସମସ୍ତ ନୂତନ ପ୍ରଡକ୍ଟ ସହ ପୁରୁଣା ଫୋନ୍ କାରବାର ପ୍ରଭୃତି ଉପଲବ୍ଧ ରହିଛି। ଗ୍ରାହକମାନେ ଅନ୍ଲାଇନ୍ ଷ୍ଟୋର୍ କେବଳ ମାତ୍ର କ୍ଲିକ୍ କରି ସମସ୍ତ ତଥ୍ୟ ହାସଲ କରିବା ସହ କାରବାର କରିପାରିବେ। ଭାରତରେ ପ୍ରଥମେ ଅନଲାଇନ ବ୍ୟବସାୟ ଆରମ୍ଭ କରିଥିବାରୁ ଆପଲ ବିଭିନ୍ନ ପ୍ରଡକ୍ଟରେ ରିହାତି ପ୍ରଦାନ କରୁଛି।

ଛାତ୍ରମାନେ ସ୍ବତନ୍ତ୍ର ମୂଲ୍ୟ ସହିତ ଏକ ମ୍ୟାକ୍ କିମ୍ବା ଆଇପ୍ୟାଡ୍ ପାଇଁ ସପିଂ କରିପାରିବେ । ସେହିପରି ବିଭିନ୍ନ ଆସେସୋରିଜ୍ ଏବଂ ଆପଲ୍ କେୟାର + ଉପରେ ରିହାତି ପାଇ ପାରିବେ। ଗ୍ରାହକମାନେ ଅଫର ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ କିଲ୍କ କରନ୍ତୁ https://www.apple.com/in/

Related posts