Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ
ଆଜିର ଖବର

ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ

November 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି।

ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି। ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ଇଶା ମୁକେଶ ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ। ଆମ ବ୍ୟବସାୟ ପ୍ରତି ନିବେଶକମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଆଗ୍ରହକୁ ନେଇ ଆଗେ ଗର୍ବିତ ଅନୁଭବ କରୁଛୁ ଏବଂ ସେମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କ ଅଭିଜ୍ଞତା ଏବଂ ବିଶ୍ୱସ୍ତରରେ ରହିଥିବା ସମ୍ପର୍କର ଲାଭନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନୂତନ ବାଣିଜ୍ୟ ଉପରେ ଆମେ ଗୁରୁତ୍ୱ ଦେବା ସହ ନିୟୁତାଧିକ ବ୍ୟବସାୟୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି ଆମେ ଭାରତୀୟ ରିଟେଲ୍ କ୍ଷେତ୍ରରେ ପରିବର୍ତନକାରୀ ଭୂମିକା ନିର୍ବାହ କରିବାକୁ ପ୍ରତିବଦ୍ଧ ରହିଛୁ।’’

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟିଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।

ପୁଞ୍ଜିନିବେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026
Latest News

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.