Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘନ କୁହୁଡି ସମୟରେ ଟ୍ରେନ ଚଳାଚଳ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ କଣ
ବିଶେଷ ଖବର

ଘନ କୁହୁଡି ସମୟରେ ଟ୍ରେନ ଚଳାଚଳ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ କଣ

December 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି। ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ। ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି।

ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ ଯାଉଅଛି ଓ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରୁଅଛି। ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଚାଳକ ମାନେ ଘନ କୁହୁଡ଼ିଥିବା ଅଞ୍ଚଳମାନଙ୍କରେ  ସାମ୍ନାରେ ଥିବା ସିଗ୍ନାଲର ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସଂରକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଆଦେଶଦେଇ କହିଛନ୍ତି ଯେ  ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ  ସର୍ବୋତ୍ତମ ସଂରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ। ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ।

ଘନ କୁହୁଡିରେ ଡିଟୋନେଟର ପ୍ରୟୋଗ :

ଘନ କୁହୁଡ଼ିରେ ଯଦି ଟ୍ରେନ ଚାଳକ ସିଗ୍ନାଲ ଗୁଡିକୁ ଦେଖିବାକୁ ସକ୍ଷମ ହୋଇନପାରନ୍ତି, ତେବେ ସିଗ୍ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟିକରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଏ। ଯାହା ଫଳରେ ଟ୍ରେନ ସଂକେତ ପାଖରେ ରହି ପାରିବ। ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗ ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରିବ।

କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ :

ଷ୍ଟେସନ ମ୍ୟାନେଜର ମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇ ଘନ କୁହୁଡି ଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟବହାର କରିବାକୁ କୁହାଯାଇଅଛି। ଘନ କୁହୁଡି ଥିବା ସ୍ଥାନମାନଙ୍କରେ ଟ୍ରେନ ଚାଳକ ମାନଙ୍କୁ ସଂକେତ ଦେବାପାଇଁ ଡିଟୋନେଟର ପ୍ରୟୋଗ କରିବାକୁ ଷ୍ଟେସନ, କେବିନ ଏବଂ ଗେଟ ମାନଙ୍କରେ ଥିବା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ସହ ସଠିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଅଛି।

ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ :

ଘନ କୁହୁଡ଼ିଥିବା ଅଞ୍ଚଳରେ ଟ୍ରେନ ଚାଳକ ମାନେ ଯେପରି ସ୍ଥିରୀକୃତ ସ୍ପିଡ଼ ଲିମିଟକୁ ଅତିକ୍ରମ ନକରିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ ଦିଆଯାଇଅଛି। ଘନ କୁହୁଡି ପରିସ୍ଥିତିରେ ସଂକେତ ପାଇଁ ରେଳବାଇ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ ଟେଲ ଧପଧପି ଲ୍ୟାମ୍ପକୁ ଟ୍ରେନ ମାନଙ୍କର ପଛରେ ଲଗାଯାଇଅଛି , ଯେପରି କି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନ ର ସ୍ଥିତିକୁ ଦେଖି ପାରିବ। କୁହୁଡି ସମୟରେ ଦିନରେ ମଧ୍ୟ  ଧପଧପି ଏଲ.ଇ.ଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡ ମାନଙ୍କୁ କୁହାଯାଇଅଛି।

ଟ୍ରେନ ପଛ ଡବାରେ ଓ ଲେବଲ କ୍ରସିଂରେ ଚକମକି ସଂକେତ ଚିହ୍ନ ପ୍ରୟୋଗ :

ଜଗୁଆଳି ଥିବା ଲେବଲ କ୍ରସିଂ ଗେଟରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଅଛି। ସେହିପରି ଟ୍ରେନର ପଛ ଡବାରେ ଏହି ଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ କରାଯାଇଅଛି।

ଶୀତ ସମୟରେ ପାଟ୍ରୋଲିଙ୍ଗ ଓ ଟ୍ରେନ ଇଂଜିନରେ ନିରୀକ୍ଷଣ :

ଶୀତଦିନ ମାନଙ୍କରେ ଘନ କୁହୁଡି ସୃଷ୍ଟି ହେଉଥିବା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ରେଳ କର୍ମଚାରୀମାନଙ୍କୁ ପାଟ୍ରୋଲିଙ୍ଗ କରିବା ପାଇଁ କୁହାଯାଇଅଛି। ଯାହା ଫଳରେ ଟ୍ରେନ ଚଳାଚଳରେ ଯେପରି ବ୍ୟାଘାତ ନଉପୁଯିବ।ଏହା ବ୍ୟତୀତ ଅକସ୍ମାତ ତନଖି ସହ ଟ୍ରେନ ଇଂଜିନ ମାନଙ୍କରେ ଅତର୍କିତ ରାତି ଅଧିଆ ଓ ଭୋର ସମୟ ମାନଙ୍କରେ ନିରୀକ୍ଷଣ କରାଯାଉଅଛି।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.