Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଳାହାଣ୍ଡି ପୋଲିସକୁ ବଡ ସଫଳତା: ଡକାୟତି ଘଟଣାରେ ଜଣେ ଶିକ୍ଷକ ସମେତ ଆଠ ଜଣ ଦୁର୍ବୃତ୍ତ ଗିରଫ
ଅପରାଧ

କଳାହାଣ୍ଡି ପୋଲିସକୁ ବଡ ସଫଳତା: ଡକାୟତି ଘଟଣାରେ ଜଣେ ଶିକ୍ଷକ ସମେତ ଆଠ ଜଣ ଦୁର୍ବୃତ୍ତ ଗିରଫ

December 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ଦୁର୍ବୃତ୍ତଙ୍କୁ ଜୟପାଟଣା ପୋଲିସ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କ, ଗାଡି, ମାରଣାସ୍ତ୍ର, ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଥିବା ସଂପର୍କରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ ତଥା ଜୟପାଟଣା ଥାନାଧିକାରିଣୀ ରଶ୍ମିତା ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି.କରଳଗାଁ ର ଗୋରୁ ବେପାରୀ ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ ଓ ଭରତ ନାଏକ ଜଙ୍ଗଳ ରାସ୍ତା ଦେଇ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ବେଳେ ମହୁଳପାଟଣା ଘାଟି ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଜୟପାଟଣା ଥାନା କେଶ ନଂ.୩୬୪/୨୦୨୦ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ଏସଡିପିଓ ତଦନ୍ତ ଭାର ନେଇଥିବା ପ୍ରକାଶ।

ଜୟପାଟଣା ଥାନାଧିକାରିଣି ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଘଟଣାର ୫ଦିନ ପରେ ପୋଲିସକୁ ସଫଳତା ମିଳିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି। ମାଷ୍ଟର ମାଇଣ୍ଡ କୋକସରା ବ୍ଲକ ଡହଗାଁର ଶିକ୍ଷକ ଅଲେଖ ଠାକୁର ଓ ତାଙ୍କ ସଂପର୍କୀୟ ଭଣଜା କୁମ୍ଭନାଥ ଜଗତ(୩୨), ଭବାନୀପାଟଣା ସଦର ଥାନା ଅଞ୍ଚଳର ଶୋଭାବନ ନାଗ ( ୩୬), ଦେବରାଜ ସୁନାନୀ(୩୨), ଜୁନାଗଡ ଥାନା ଅଂଚଳର ମୁନା ଦୁର୍ଗା(୩୨), ଜଗନ୍ନାଥ ନାଏକ(୩୪), ଜିତେନ୍ଦ୍ର ହଂସ(୩୫), ଗୋଲାମୁଣ୍ଡା ଥାନା ଅଂଚଳର ଗଜିନ୍ଦ୍ର ବିହାର(୩୬) ପାପଡାହାଣ୍ଡି ଥାନା ଅଂଚଳର ସେମଲା ଗାଁର ଅହୀରନ୍ଧଜ୍ଞ(୨୬) ଙ୍କୁ ଗିରଫ କରିଥିବା ପ୍ରକାଶ।

ସେହିପରି ଲୁଟ ଟଙ୍କାରୁ ୨ଲକ୍ଷ ୭୦ ହଜାର ଟଙ୍କା, ୨ଟିଛୁରୀ,୨ ଟିଲାଠୀ, ୪ଟି ବାଇକ, ମୋବାଇଲ ଆଦି ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଡକାୟତି ଘଟଣାରେ ଜଣେ ଶିକ୍ଷ ଙ୍କ ସଂପୃକ୍ତି ସମଗ୍ର ଅଂଚଳରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

କଳାହାଣ୍ଡି ଜୟପାଟଣା ପୋଲିସ ଡକାୟତି ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.