କାର୍ ସହ ୧୧୪ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ

Published: Mar 1, 2021, 11:03 am IST

କଟକ: ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରେ ଆଜି କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ ସହିତ ୧୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ରାଜ୍ୟର ରାକେଶ କୁମାର ପରମାଣିକ (୨୫) ଓ ମହେଶ ଦାଶ (୨୫)।

କାର୍ ନଂ ଜେଏଚ୦୫ସିଓ-୩୦୭୦ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ ଟିକୁ ଧରାଯାଇଥିଲା। ଯାଂଚ୍ ବେଳେ ଗାଡିରୁ ଏହି ୧୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

Related posts