Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସହଜ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ଡକାୟତି ଘଟଣା: ୩ ଗିରଫ, ଲୁଟ ସାମଗ୍ରୀ ଉଦ୍ଧାର
ଅପରାଧ

ସହଜ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ଡକାୟତି ଘଟଣା: ୩ ଗିରଫ, ଲୁଟ ସାମଗ୍ରୀ ଉଦ୍ଧାର

March 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଜଣେ ସହଜ ଜନସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ଗତ ଫେବୃଆରୀ ମାସ ୧୭ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ରେଢାଖୋଲ ପୋଲିସ୍ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଡକାୟତି ଘଟଣାର ଅଭିଯୁକ୍ତ ମାନେ ହେଲେ ତ୍ରିବଣପୁର ପଂଚାୟତ ଖଜୁରୀଝରଣ ଗ୍ରାମର ବୁଲୁ ଭୋଇ (୧୯), ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ପ୍ରଦୀପ ବେହେରା (୨୮) ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ରାଜେନ୍ଦ୍ର ସାହୁ(୩୦)। ଏମାନଙ୍କ ଠାରୁ ରେଢାଖୋଲ ପୋଲିସ୍ ନଗଦ ୧୩ ହଜାର ୫ ଶହ ଟଙ୍କା , ନୂଆଁ ମ୍ୟୁଜିକ ସିଷ୍ଟମ୍‌, ଲାପଟପ୍, ଚାର୍ଜର, ମାଉସ୍‌, ଏୟାର ବ୍ୟାଗ୍, ଖଣ୍ଡା ଆଦି ଜବତ କରିବାରେ ସଫଳ ହୋଇଛି।

ରେଢାଖୋରଲ ଥାନା କେସ୍ ନଂ ୩୪/୨୦୨୧ ରେ ରେଢାଖୋଲ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ରେଢାଖୋଲ ଥାନାଧିକାରୀ ପ୍ରକାଶ କରଛନ୍ତି। ଅନ୍ୟ ଜଣେ ଅଭିଯୂକ୍ତ ଫେରାର୍ ଥିବା ପୋଲିସ୍ କହିଛି।

ସୂଚନା ଯୋଗ୍ୟ ଯେ ,ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଥିଲେ। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ ବାହାରି ବାଇକରେ ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା ରଙ୍ଗର ପଲସର ଓ ଏକ ଆପାଚି ଗାଡିରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ପ୍ରଥମେ ବନ୍ଧୁକ ମୁନ ଓ ଭୁ୍‌ଜାଲି ଦେଖାଇ ଭୟଭୀତ କରାଇବା ପରେ ତାଙ୍କ ପାଖରେ ଥିବା ଗୋଟିଏ ଲାପଟପ, ୨ ଟି ମୋବାଇଲ, ସ୍ୱାପ୍ ମେସିନ୍, ପାନ କାର୍ଡ, ଏଟିଏମ୍ କାର୍ଡ, ୮୦ ହଜାର ଟଙ୍କା ଆଦି ଲୁଟି ନେଇଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ଏଏସ୍‌ଆଇ ତ୍ରିବେଣୀ ପ୍ରଧାନ, ସୌମ୍ୟରଞ୍ଜନ ମାହାଳିକ ପ୍ରମୁଖ ସଦଳ ବଳେ ଯାଇ ତଦନ୍ତ ଜାରି ରଖିଥିଲେ।

ଦିନକୁ ଦିନ ରେଢାଖୋଲ ଅଂଚଳରେ ଚୋରି ଡକାୟତି ଭଳି ଘଟଣା ଘଟିବାରେ ଲାଗିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୋଲିସ୍ ପାଖରୁ ଲୋକମାନଙ୍କର ଆସ୍ଥା ତୁଟିଯାଉଥିବା ଲୋକମାନେ ପ୍ରକାଶ କରିଛନ୍ତି। ରାତ୍ରିକାଳିନ ପେଟ୍ରୋଲିଙ୍ଗକୁ କଡାକଡି କରିବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି।

ଗିରଫ ଡକାୟତି ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସ୍ୱର୍ଣ୍ଣ ଅଳଙ୍କାର ସେଟ୍‌

September 26, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026
Latest News

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସ୍ୱର୍ଣ୍ଣ ଅଳଙ୍କାର ସେଟ୍‌

September 26, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.