Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାନ୍ଦପୁର ଥାନା ମହିଳା ଏସଆଇଙ୍କ ସାହାସିକତା: ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝେଇ ଗାଡ଼ିକୁ କଲେ କାବୁ
ଅପରାଧ

ଚାନ୍ଦପୁର ଥାନା ମହିଳା ଏସଆଇଙ୍କ ସାହାସିକତା: ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝେଇ ଗାଡ଼ିକୁ କଲେ କାବୁ

May 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼/ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାର ମହିଳା ଏସଆଇ ଅଞ୍ଜଳି ସା ଙ୍କ ସାହାସିକତାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଉକ୍ତ ମହିଳା ପୋଲିସ ଅଧିକାରୀ।

ସୂଚନା ମୁତାବକ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଏବଂ ତାଙ୍କ ଭାଇ ଧୀରେନ୍ଦ୍ର ସାହୁ ଗତକଲୀ ରାତିରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥୁବାର ସୂଚନା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଦେଇଥିଲେ।

ସୂଚନା ପାଇବା ମାତ୍ରେ ଆଇଆଇସି ଙ୍କ ନିର୍ଦେଶକ୍ରମେ ଏସ ଆଇ ଅଞ୍ଜଳି ସା ଙ୍କ ନେତୃତ୍ୱରେ ଏଏସଆଇ ରମେଶ କୁମାର ବେହେରା ଏବଂ କନଷ୍ଟେବଳ ସରୋଜ ଛୁଆଳସିଂହ କୁ ନେଇ ଏକ ଟିମ ଗଠନ ହୋଇଥିଲା। ତେବେ ଚାନ୍ଦପୁର ମସାଣି ସାହିଠାରୁ ପୋଲିସ ଉକ୍ତ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିଲା। ପିଛା କରିବା ସମୟରେ ଗୋରୁ ମାଫିଆମାନେ ପୋଲିସ ଗାଡ଼ି ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ। ତଥାପି ଏଥିରେ ଭୟଭୀତ ନହୋଇ ମହିଳା ଏସ ଆଇ ସେମାନଙ୍କ ପିଛା କରି ଖୋର୍ଦ୍ଧା ଯାଏଁ ପହଞ୍ଚିଥିଲେ।

ପରିଶେଷରେ ନିରୁପାୟ ହୋଇ ପୋଲିସ ଭୟରେ ଗୋରୁ ମାଫିଆମାନେ ଜଙ୍ଗଲ ମଧ୍ୟକୁ ଡେଇଁ ଫେରାର ହୋଇଯାଇଥିବା ବେଳେ ଗୋରୁ ବୋଝେଇ ଗାଡ଼ି ସେଠାରେ ଛାଡି ପଳାଇଥିଲେ। ପୋଲିସ ଗାଡ଼ିରୁ ୪ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରିବା ସହ ବୋଲେରୋକୁ ଜବତ କରିଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ୭୬/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।

ତେବେ ଆଇଆଇସି ଙ୍କ କହିବା ମୁତାବକ ଜବତ ବୋଲେରୋଟି ଦୀର୍ଘଦିନ ହେଲା ଟାଙ୍ଗୀ, ରଣପୁର ଏବଂ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କରିବା ସହ ଆତଙ୍କ ମଚାଇଥିଲା ଏବଂ ଉକ୍ତ ବୋଲେରୋଟି ଏକ ଚୋରା ଗାଡ଼ି ଯାହା ଓଡଗାଁ ଅଞ୍ଚଳରୁ କିଛିଦିନ ତଳେ ଚୋରି ହୋଇଥିଲା। ସେହିପରି ଭାବେ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ଚି଼ହ୍ନଟ ହୋଇଗଲେଣି ଏବଂ ଖୁବଶୀଘ୍ର ଧରାପଡ଼ିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ତେବେ ମହିଳା ଅଧିକାରୀଙ୍କ ଏପରି ସାହାସିକତା ପାଇଁ ଖୋଦ ଆଇଆଇସି ଏବଂ ଜନସାଧାରଣମାନେ ଅଞ୍ଜଳି ସା ଙ୍କୁ ପ୍ରଶଂସା କରିଛନ୍ତି।

ଅନୁରୂପ ଭାବେ ଲକଡ଼ାଉନ ନିୟମକୁ ବେଖାତିର କରି ଚାନ୍ଦପୁର ଅଞ୍ଚଳରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ଚାଲୁରହିଥିବା ବେଳେ ଚାନ୍ଦପୁର ଆଇଆଇସି ଆଜି ଉକ୍ତ କୋଚିଙ୍ଗ ସେଣ୍ଟରରେ ଚଢ଼ାଉ କରି ଦୁଇ ଜଣ ଅଧ୍ୟାପକଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରି ଭାବେ ଚାନ୍ଦପୁର ଅଞ୍ଚଳର ଏକ ବିଦେଶୀ ମଦ ଦୋକାନଠାରୁ ୫ ହଜାର ଜରିମାନା ଆଦାୟ କରିଛି ପୋଲିସ। ଆଜି ସଂଧ୍ୟା ସୁଧା କୋଭିଡ଼ ନିୟମ ଉଲଂଘନ ବାବଦକୁ ସମୁଦାୟ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ।

ଗୋରୁ ବୋଝେଇ ଗାଡ଼ି ଚାନ୍ଦପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.