Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବକଙ୍କୁ ହତ୍ୟା ଘଟଣା: ୬ଜଣକୁ କୋର୍ଟ ଚାଲାଣ, ୪ ଟାଙ୍ଗିଆ ସହ ୨ ଲାଠି ଜବତ
ଅପରାଧ

ଯୁବକଙ୍କୁ ହତ୍ୟା ଘଟଣା: ୬ଜଣକୁ କୋର୍ଟ ଚାଲାଣ, ୪ ଟାଙ୍ଗିଆ ସହ ୨ ଲାଠି ଜବତ

July 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଗତ ୪ ଜୁଲାଇ ରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଆଜି ଅଟକ ୬ ଜଣଙ୍କ ନାମରେ ହତ୍ୟାମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ରେଢାଖୋଲ ପୋଲିସ୍।

ସୂଚନା ଯୋଗ୍ୟ ଯେ- ଗତ ୪ ଜୁଲାଇରେ ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ତାଙ୍କ ବଂଶର ଭାଇ ମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିଲା। ଏପରିକି ମୃତ୍ୟୁ ବରଣ କରିଥିବା ନିଲୁ ସାହୁର ବାପା ଫକିର ମୋହନ ସାହୁଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରି ଥିଲେ। ସେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ। ତାଙ୍କର ଡାହାଣ ହାତ ମଧ୍ୟ ଜଖମ ହୋଇଥିଲା। ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା।

ମୃତ ନିଲୁ ସାହୁର ବାପାଙ୍କର ଅଭିଯୋଗ କ୍ରମେ ପୋଲିସ୍ ଗ୍ରାମର ବଳରାମ ସାହୁ(୫୦), ମୁଖ୍ୟ ଅଭିଯୁକ୍ତ ସୁନୀଲ୍ ସାହୁ(୨୬), ଅନିଲ୍ ସାହୁ(୨୦), ଶାନ୍ତି ସାହୁ(୪୫), ବସୁଦେବ ସାହୁ(୭୪), ରାଧା ସାହୁ(୬୫) କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୪ଟି ଟାଙ୍ଗିଆ ସହ ୨ ଟି ଲାଠି ପୋଲିସ୍ ଜବତ କରିଛି । ସେମାନଙ୍କ ନାମରେ ରେଢାଖୋଲ କେସ୍ ନଂ ୧୨୧/ ତା୫/୭/୨୦୨୧ ୟୁ/ଏସ୍ ୧୪୭/୧୪୮/୪୪୮/୩୦୨/୩୦୭/୧୪୯ ଆଇପିସି ରେ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ୍ କହିଛି।

ସେମାନଙ୍କ ଜାମିନ୍ ନାମଞୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ତଦନ୍ତକାରୀ ଅଧିକାରୀ ଭାବରେ ଥିବା ବେଳେ ସବ୍ ଇନସ୍‌ପେକଟର ବୈଭବମାଳା ସ୍ୱାଇଁ, ଏସ୍ ଆଇ ସୋମ୍ୟ ରଞନ ମାହାଲିକ୍‌, ଏସ୍‌ଆଇ ତ୍ରିବେଣୀ ପ୍ରଧାନ ହାବିଲ୍‌ଦାର ଗୋକୁଳ ପ୍ରଧାନ, କନେଷ୍ଟବଲ୍ ବିନେଶ୍ ନାୟକ , ଯୁଧିଷ୍ଠିର ବେହେରା, କନେଷ୍ଟବଲ୍ ରଶ୍ମିତା ଜଗତ ପ୍ରମୁଖ ତଦନ୍ତରେ ସାମିଲ୍ ଥିଲେ।

କୋର୍ଟ ଚାଲାଣ ରେଢାଖୋଲ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.