Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା
ଅପରାଧ

କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା

September 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ରହିଛି।

ସୂଚନା ଅନୁଯାୟୀ ଗତ ଜୁନ ୬ ତାରିଖରେ ଜିଲ୍ଲାର କେସିଙ୍ଗା ସହରର ଯୁବ ବ୍ୟବସାୟୀ ବିବେକ ଅଗ୍ରୱାଲ ଅନଲାଇନରେ କିଛି ସାମଗ୍ରୀ ମଗାଇ ଥିଲେ, ଯାହା ସ୍କାଏକିଙ୍ଗ କୋରିଅର ମାଧ୍ୟମରେ ତାଙ୍କ ନିକଟକୁ ଆସିବାର ଥିଲା। ନିର୍ଦ୍ଧାରିତ ଡେଲିଭରି ତାରିଖ ବିଳମ୍ବ ହେବାରୁ ସେ ଅନଲାଇନରେ କୋରିଅର ସଂସ୍ଥାର ଗ୍ରାହକ ସେବା କେନ୍ଦ୍ର ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବା ସହ ଏକ ଲିଙ୍କ ପଠାଯାଇଥିଲା। ଫୋନ ବାର୍ତ୍ତାଳପରେ ଦୀର୍ଘ ସମୟ ଧରି ବ୍ୟସ୍ତ ରଖି ବିବେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କକୁ ଅବଗତ କରି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିବେକ। ଅଭିଯୋଗ ଆଧାରରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡର ଜମତାରା ଜିଲ୍ଲାର ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଇଶ ଆନସାରୀ, ମହମ୍ମଦ ସଜ୍ଵାଦ ଓ ଅବଦୁଲ ଅନସାରୀ ସମସ୍ତଙ୍କ ଘର ଝାଡଖଣ୍ଡ ଅଞ୍ଚଳର ହୋଇଥିବାବେଳେ ଏମାନେ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି।

କଳାହାଣ୍ଡି ପୋଲିସ ଝାଡ଼ଖଣ୍ଡ ସାଇବର ଲୁଟେରା
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.