Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ
ଅପରାଧ

ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ

April 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଖବର ପୋଲିସ୍ କହିଛି। ମୃତକ ଜଣଙ୍କ ସଞ୍ଜୟ ମୁଣ୍ଡା ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କଦଳିଗଡ ପଂଚାୟତର ସାନ ରେଙ୍ଗାଲି ଗ୍ରାମର ସଞ୍ଜୟ ମୁଣ୍ଡା, ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାଖରେ ଘର କରି ରୁହନ୍ତି। ତିନି ଭାଇ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଗତ କାଲି ରାତିରେ ମଧ୍ୟ ତିନି ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଥିଲା। ସାନ ଭାଇ ସଞ୍ଜୟ ମୁଣ୍ଡାକୁ ତାର ବଡ ଭାଇ ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଏକ ଠେଙ୍ଗାରେ ପିଟିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମୃତକର ୧୫ ବର୍ଷର ପୁଅ ଏବଂ ଦିବ୍ୟାଙ୍ଗ ସ୍ତ୍ରୀକୁ ମଧ୍ୟ ଦୁଇ ଭାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିକଟସ୍ଥ ଜଙ୍ଗଲକୁ ଜୀବନ ରକ୍ଷା କରି ପଳାଇ ଯାଇଥିଲେ। ଯା’ ଫଳରେ ମାଆ ଓ ପୁଅ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

ମୃତକର ଘର ଜଙ୍ଗଲ ଭିତରେ ଥିବାରୁ କେହି ବି ଜାଣି ପାରି ନ ଥିଲେ। ଘଟଣାଟି ରାତି ପାଖା ପାଖି ୧୧ ଟାରେ ଘଟିଥିବା ଅନୁମାନ କରିଛି ପୋଲିସ୍। ଆଜି ସକାଳୁ ସକାଳୁ ପୋଲିସ୍ ଖବର ପାଇ ହତ୍ୟାକାଣ୍ଡ ସ୍ଥଳକୁୁ ଯାଇ ତଦନ୍ତ କରୁଛି। ହତ୍ୟାକାରୀ ଦୁଇ ଭାଇକୁ ପୋଲିସ୍ ଅଟକ ରଖିଛି।

ଘଟଣା ସ୍ଥଳକୁ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଏସ୍‌ଆଇ ଈଶ୍ୱର ନାଏକ ପହଂଚି ଦତନ୍ତ କରୁଛନ୍ତି।

ଜମିବାଡି ବିବାଦ ରେଢାଖୋଲ ଥାନା ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026
Latest News

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍

October 4, 2026

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ମୁମ୍ବାଇରୁ ବିଦେଶ ଯାଉଛନ୍ତି କି? ଫ୍ଲାଇଟ୍ ବୁକିଂ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍

October 4, 2026

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.