ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ଉପରେ ବନ ବିଭାଗର ଚଢ଼ାଉ, ପିକ ଅପ ଜବତ

Published: Jun 8, 2022, 9:30 am IST

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ପକ୍ଷରୁ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ଉପରେ ଚଢ଼ାଉ କରାଯାଇଛି। ବଡ଼ମାଳ ରେଞ୍ଜ ଅନ୍ତର୍ଗତ କୁଆଖୋଳ ଗ୍ରାମ ଅଞ୍ଚଳରେ ଓଆର୧୫ଯେ୩୬୪୧ ନମ୍ବର ବିଶିଷ୍ଟ ପିକ ଅପ ଯୋଗେ ବେଆଇନ ଭାବରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗକୁ ଖବର ମିଳି ଥିଲା। ଖବର ପାଇ ରେଢାଖୋଲ ଡିଏଫଓ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଦେବୀପ୍ରସାଦ ରାଉତଙ୍କ ନେତୃତ୍ବରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ବଡ଼ମାଳ ଫରେଷ୍ଟର ଶ୍ରୀବତ୍ସ କିଷାନ ପ୍ରମୂଖ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଚଢ଼ାଉ କରି କୁଆଖୋଳ ଗ୍ରାମ ନିକଟରୁ ପିକ ଅପ ସହ ୨ ଶହ ବଣ୍ଡଲ ଅର୍ଥାତ ୯କୁଇଣ୍ଟାଲ ୧୧ କେଜି ବେଆଇନ କେନ୍ଦୁପତ୍ର ଜବତ କରିଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇ ଥିବା ବନ ବିଭାଗ ସୂଚନା ଦେଇଛନ୍ତି।

Related posts