ଗୋଟାଏ ଦିନରେ ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ, ଅପରାଧିକ ସୂଚନା ପାଇଁ ନମ୍ବର ଜାରି

Published: Sep 13, 2022, 6:25 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଥାନା ଗୋପୀନାଥପୁର ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ଖବର ପାଇଥିଲେ। ସଙ୍ଗେସଙ୍ଗେ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରି ଆଇଆଇସି ୯ ହଜାର ନକଦ ଟଙ୍କା ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ସେମାନଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୧୮୦/୨୨ ରେ ମାମଲା ରୁଜୁ କରାଯାଇଛି।

ସେହିପରି ଭାବେ ଗତକାଲି ରାତିରେ ଆଙ୍କୁଲା ଗ୍ରାମରେ ବେଆଇନ ଦେଶୀ ବିଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ସମୁଦାୟ ୧୨.୫ ଲିଟର ଆସ୍କା ୪୦ ଓ ବିଦେଶୀ ମଦ ଜବତ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୮୧/୨୨ ରେ ମାମଲା ରୁଜୁ କରାଯାଇଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ଗତକାଲି ୬ ଗୋଟି ଏନବିଡବ୍ଲୁ ୱାରେଣ୍ଟ ମଧ୍ୟ ଗିରଫ କରିଛି।

ସୂଚନା ଥାଉ କି ବିଗତ ୧୦ ଦିନ ମଧ୍ୟରେ ବାଲୁଗାଁ ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ସମୁଦାୟ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଲୁଗାଁ ଥାନା ଅଞ୍ଚଳର କୌଣସି ସ୍ଥାନରେ ମଦ, ଜୁଆ, ଗଞ୍ଜେଇ କାରବାର ଚାଲୁଥିବାର ଯଦି କୌଣସି ବ୍ୟକ୍ତିବିଶେଷ ସୂଚନା ପାଆନ୍ତି, ତେବେ ସେ ନିର୍ଦ୍ବନ୍ଦରେ ଆଇଆଇସିଙ୍କ ବ୍ୟକ୍ତିଗତ ନମ୍ବର ୭୦୦-୮୩୨-୩୮୦୭ ରେ ସୂଚନା ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ସୂଚନା ଦାତାଙ୍କ ନାମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଆଇଆଇସି କହିଛନ୍ତି।

Related posts