Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାକ୍ଷୀଙ୍କୁ ଆକ୍ରମଣ ଅଭିଯୋଗରେ ଜାମିନରେ ଆସିଥିବା ଯୁବକ ଗିରଫ
ଅପରାଧ

ସାକ୍ଷୀଙ୍କୁ ଆକ୍ରମଣ ଅଭିଯୋଗରେ ଜାମିନରେ ଆସିଥିବା ଯୁବକ ଗିରଫ

January 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହତ୍ୟା ଉଦ୍ୟମ କରି ଜେଲେ ଯାଇଥିବା ଯୁବକ ଜାମିନରେ ଆସିବା ପରେ ସାକ୍ଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି।

ସୂଚନା ମୁତାବକ ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମର ହେମନ୍ତ କୁମାର ଡାକୁଆ ନାମକ ଜଣେ ଯୁବକ ଗତ ବର୍ଷ ମେ ମାସରେ ଜେଲ ଯାଇଥିଲେ। ଘରର କାନ୍ଥ ନିର୍ମାଣକୁ ନେଇ ଦୁର୍ଯୋଧନ ବିଷୋୟୀ ନାମକ ଜଣେ ଲୋକକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍ ହୋଇଥିଲା। ହେଲେ କିଛି ଦିନ ପରେ ସେ ଜାମିନରେ ଆସିଥିଲେ। ଇତ୍ୟବସରରେ ଉକ୍ତ ମକଦ୍ଦମାରେ ନିଳାଚଳ ବେହେରା ନାମକ ଜଣେ ଯୁବକ ସାକ୍ଷୀ ଥିଲେ। କିନ୍ତୁ ଜେଲରୁ ଆସିବା ପରେ ହେମନ୍ତ ନିଳାଚଳକୁ ବିଭିନ୍ନ ଧମକ ଚମକ ଦେଉଥିଲା।

ଏହି ଗତ ବୁଧବାର ଦିନ ନିଳାଚଳ କୌଣସି କାମରେ ବ୍ରହ୍ମପୁର ଆସୁଥିବା ବେଳେ ନିମଖଣ୍ଡି ଫାଣ୍ଡି ନିକଟରେ ହେମନ୍ତ ନିଳାଚଳକୁ ଅଟକାଇ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାକୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନିଳାଚଳ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଓ ଘଟଣା ସମ୍ପର୍କରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ତଦନ୍ତ କରିବା ସହ ଅଭିଯୁକ୍ତ ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନିମଖଣ୍ଡି ଥାନା ବ୍ରହ୍ମପୁର ଯୁବକ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026
Latest News

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.