ନିରାକାରପୁରରୁ ବ୍ରାଉନ ସୁଗାର ଜବତ, ୩ ବେପାରୀ ଗିରଫ

Published: Jan 28, 2023, 10:08 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଚାଲିଛି ବ୍ରାଉନସୁଗାର କାରବାର। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରୁଛି। ଏହି ଚଢାଉରେ ଅନେକ ବେପାରୀଙ୍କୁ ଗିରଫ କରାଯାଉଥିଲେ ସୁଦ୍ଧା ସେମାନଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ।

ବେପାରୀ ମାନେ ଏବେ ଖୋର୍ଦ୍ଧା ସହର ଛାଡି ଗାଁ ଗହଳିରେ ବେପାର ଆରମ୍ଭ କରିଦେଇଥିବା ଦେଖାଯାଉଛି। ସେହିଭଳି ଆଜି ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକ ପାନ୍ଥିକା ରାସ୍ତାରୁ ୩ଜଣ ବ୍ରାଉନସୁଗାର ବେପାରିକୁ ନିରାକାରପୁର ପୋଲିସ ଧରିଛି। ବେପାରୀ ମାନଙ୍କ ନିକଟରୁ ୧୭ ଗ୍ରାମ ବ୍ରାଉନ ସୁଗାର ୬୮ଗ୍ରାମ ତରଳ ସୁନା,୧୭୩୦ ଟଙ୍କା ଦୁଇଟି ମୋଟର ସାଇକେଲ ଜବତ।

ଗିରଫ ବେପାରୀ ମାନେ ହେଲେ ଜଂକିଆ ଥାନା ଅନ୍ତର୍ଗତ ମାନସ ବଳବନ୍ତରାୟ, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବେଗୁନିଆର ଆର୍ଯ୍ୟନ ନାୟକ। ଗିରଫ ବେପାରୀ ମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

Related posts