କାନଫଟା ଶବ୍ଦ କରି ଯାଉଥିବା ମୋଟରସାଇକେଲକୁ ଧରିଲା ପୋଲିସ

Published: Mar 25, 2023, 8:14 am IST

କଟକ: ରାସ୍ତାରେ ଉଚ୍ଚ ଶବ୍ଦ କରି ଯାଉଥିବା ମୋଟରସାଇକେଲଗୁଡିକୁ ପୋଲିସ ଚଢାଉ କରି ଧରିବା ଆରମ୍ଭ କରିଛି। ଏହିପରି ଗତକାଲି କଟକ ଟ୍ରାଫିକ ପୋଲିସ ରାସ୍ତାରେ କେତେକ ମୋଟରସାଇକେଲକୁ ସିଜ୍ ମଧ୍ୟ କରିଥିବାର ଜଣାପଡିଛି।

ଶବ୍ଦପ୍ରଦୂଷଣ ଆଇନ ଅନୁଯାୟୀ ଏହି ମୋଟରସାଇକେଲ ଚଳାଚଳ ବେଆଇନ। ସେଥିପାଇଁ ପୋଲିସ ଚଢାଉ କରି ଏହିପରି ଗାଡି ଜବତ କରିଛି।

କେତେକ ବ୍ୟକ୍ତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋଟରସାଇକେଲର ସାଇଲାନସର ପାଇପକୁ ମୋଡିଫାଇ କରିଥାନ୍ତି। ଯେପରିକି ସେଥିରୁ ଉଚ୍ଚ ଶବ୍ଦ ବାହାରି ଲୋକଙ୍କ ଧ୍ୟାନ ଆକର୍ଷଣ କରିବ।

Related posts